ଅସହାୟ ପ୍ରଭାତୀଙ୍କୁ ଫେରାଇ ଆଣିବା ପାଇଁ ସହାୟତା କରିବେ ଅଭିନେତା ଆକାଶ

1 min read

ଭୁବନେଶ୍ୱର: ପ୍ରଭାତୀ ସାହୁ… ବୟସ ପ୍ରାୟ ୪୫ । ବାପାଙ୍କ ନାମ ଶଙ୍କର ପ୍ରଧାନ । ସ୍ୱାମୀଙ୍କ ନାଁ ରାଜକିଶୋର ସାହୁ । ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ନିରାକାରପୁର ଅଞ୍ଚଳରେ । ଦୁଇ ବର୍ଷ ଧରି ନିଖୋଜ ହୋଇଥିବା ଏହି ମହିଳାଙ୍କ ସମ୍ପର୍କରେ ସୂଚନା ପାଇଛି କଳିଙ୍ଗ ସ୍ୱରାଜ ଅଭିଯାନ । ମାନସିକ ଭାବେ ଅନଗ୍ରସର ଥିବା ଏହି ମହିଳାଜଣଙ୍କ ଏବେ ସୁଦୂର ଭୋଜ ମାନସିକ ଚିକିତ୍ସାଳୟରେ ଦିନ ବିତାଉଛନ୍ତି । ଏହି ମହିଳାଙ୍କୁ ଓଡ଼ିଶା ଆଣିବାକୁ ପ୍ରୟାସ କରୁଛନ୍ତି କଳିଙ୍ଗ ସ୍ୱରାଜ ଅଭିଯାନ ପ୍ରତିଷ୍ଠାତା ଶିବାଶିଷ ସ୍ୱାଇଁ । ମାନସିକ ଭାବେ ପ୍ରଭାତୀ ଅନଗ୍ରସର, ତେଣୁ ତାଙ୍କୁ ଗୁଜରାଟରୁ ଫେରାଇ ଆଣିବା ପାଇଁ ସହାୟତାର ଆବଶ୍ୟକତା ରହିଛି । ଏଥିପାଇଁ ସହଯୋଗ ଲୋଡିଥିଲା କଳିଙ୍ଗ ସ୍ୱରାଜ ଅଭିଯାନ ।

ଏ ସମ୍ପର୍କିତ ଏକ ଖବର ନନ୍ଦିଘୋଷ ୱେବସାଇଡରେ ଗତ ୪ ଅକ୍ଟୋବରରେ ପ୍ରକାଶ ପାଇଥିଲା । ଏଥିରୁ ସୂଚନା ପାଇଁ ଅଭିନେତା ଆକାଶ ଦାସନାୟକ ପ୍ରଭାତୀଙ୍କ ପାଇଁ ଯଥାସମ୍ଭବ ଉଦ୍ୟମ କରିବେ ବୋଲି ଟୁଇଟର ମାଧ୍ୟମରେ କହିଛନ୍ତି । ଅନୁରୂପଭାବେ ଦୀର୍ଘ ୨ ବର୍ଷ ଧରି ନିଖୋଜ ଥିବା ପ୍ରଭାତୀଙ୍କୁ ଠାବ କରିଥିବାରୁ କଳିଙ୍ଗ ସ୍ୱରାଜ ଅଭିଯାନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

 

ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ଧରି ଅଭିଯାନ ପକ୍ଷରୁ ପ୍ରଭାତୀଙ୍କୁ ଟ୍ରାକ କରାଯାଉଥିଲା । ନିରବଚ୍ଛିନ୍ନ ପ୍ରୟାସ ହିଁ ପ୍ରଭାତୀଙ୍କ ସମ୍ପର୍କରେ ସୂଚନା ଆଣିଦେଇଥିଲା । ବର୍ତ୍ତମାନ ପ୍ରଭାତୀଙ୍କୁ  ଠାବ କରାଯାଇଛି । ହେଲେ ତାଙ୍କୁ ଭୁଜ୍ ରୁ ଓଡ଼ିଶା ଆଣିବା ପାଇଁ ପ୍ରଶାସନର ସହାୟତା ଆବଶ୍ୟକତା ରହିଛି । ଯେଉଁଥିପାଇଁ ସେ ପ୍ରଶାସନ ସହ ଅନ୍ୟମାନଙ୍କୁ ନିବେଦନ କରିଥିବା ଜଣାପଡିଛି । ଅସହାୟ ଲୋକଙ୍କ ସହାୟତା ପାଇଁ ଅଣ୍ଟା ଭିଡିଥିବା କଳିଙ୍ଗ ସ୍ୱରାଜ ଅଭିଯାନ ଚେଷ୍ଟା ଜାରି ରଖିଛି । ପ୍ରଭାତୀଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସେ କେଉଁ ସ୍ଥାନରେ ଅଛନ୍ତି, ସେ ନେଇ ପ୍ରୟାସ ଆରମ୍ଭ କରାଯାଇଥିଲା । ମାସ ମାସ ଧରି ତାଙ୍କୁ ଟ୍ରାକ କରାଯିବା ପରେ ସେ ଗୁଜରାଟସ୍ଥିତ ଭୁଜ୍ ରେ ଥିବା ମାନସିକ ରୋଗ ଚିକିତ୍ସାଳୟରେ ପ୍ରଭାତୀଙ୍କ ସୂଚନା ପାଇଥିଲେ ।

Leave a Reply