ଅସହାୟ ପ୍ରଭାତୀଙ୍କୁ ଫେରାଇ ଆଣିବା ପାଇଁ ସହାୟତା କରିବେ ଅଭିନେତା ଆକାଶ
1 min readଭୁବନେଶ୍ୱର: ପ୍ରଭାତୀ ସାହୁ… ବୟସ ପ୍ରାୟ ୪୫ । ବାପାଙ୍କ ନାମ ଶଙ୍କର ପ୍ରଧାନ । ସ୍ୱାମୀଙ୍କ ନାଁ ରାଜକିଶୋର ସାହୁ । ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ନିରାକାରପୁର ଅଞ୍ଚଳରେ । ଦୁଇ ବର୍ଷ ଧରି ନିଖୋଜ ହୋଇଥିବା ଏହି ମହିଳାଙ୍କ ସମ୍ପର୍କରେ ସୂଚନା ପାଇଛି କଳିଙ୍ଗ ସ୍ୱରାଜ ଅଭିଯାନ । ମାନସିକ ଭାବେ ଅନଗ୍ରସର ଥିବା ଏହି ମହିଳାଜଣଙ୍କ ଏବେ ସୁଦୂର ଭୋଜ ମାନସିକ ଚିକିତ୍ସାଳୟରେ ଦିନ ବିତାଉଛନ୍ତି । ଏହି ମହିଳାଙ୍କୁ ଓଡ଼ିଶା ଆଣିବାକୁ ପ୍ରୟାସ କରୁଛନ୍ତି କଳିଙ୍ଗ ସ୍ୱରାଜ ଅଭିଯାନ ପ୍ରତିଷ୍ଠାତା ଶିବାଶିଷ ସ୍ୱାଇଁ । ମାନସିକ ଭାବେ ପ୍ରଭାତୀ ଅନଗ୍ରସର, ତେଣୁ ତାଙ୍କୁ ଗୁଜରାଟରୁ ଫେରାଇ ଆଣିବା ପାଇଁ ସହାୟତାର ଆବଶ୍ୟକତା ରହିଛି । ଏଥିପାଇଁ ସହଯୋଗ ଲୋଡିଥିଲା କଳିଙ୍ଗ ସ୍ୱରାଜ ଅଭିଯାନ ।
Our Odia brothers from @KalingaSwaraj, Pune have tracked down a woman from Khordha who had been missing since the last 2 years.
(1/2) https://t.co/BofyrJDGR2— Akash Dasnayak (@IamAkashDNayak) October 5, 2020
ଏ ସମ୍ପର୍କିତ ଏକ ଖବର ନନ୍ଦିଘୋଷ ୱେବସାଇଡରେ ଗତ ୪ ଅକ୍ଟୋବରରେ ପ୍ରକାଶ ପାଇଥିଲା । ଏଥିରୁ ସୂଚନା ପାଇଁ ଅଭିନେତା ଆକାଶ ଦାସନାୟକ ପ୍ରଭାତୀଙ୍କ ପାଇଁ ଯଥାସମ୍ଭବ ଉଦ୍ୟମ କରିବେ ବୋଲି ଟୁଇଟର ମାଧ୍ୟମରେ କହିଛନ୍ତି । ଅନୁରୂପଭାବେ ଦୀର୍ଘ ୨ ବର୍ଷ ଧରି ନିଖୋଜ ଥିବା ପ୍ରଭାତୀଙ୍କୁ ଠାବ କରିଥିବାରୁ କଳିଙ୍ଗ ସ୍ୱରାଜ ଅଭିଯାନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।
I thank you for reaching out to me. We will certainly try to bring Mrs. Pravati to her home.
This incident proves that we are connected, and this connection is our strength. (2/2)
— Akash Dasnayak (@IamAkashDNayak) October 5, 2020
ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ଧରି ଅଭିଯାନ ପକ୍ଷରୁ ପ୍ରଭାତୀଙ୍କୁ ଟ୍ରାକ କରାଯାଉଥିଲା । ନିରବଚ୍ଛିନ୍ନ ପ୍ରୟାସ ହିଁ ପ୍ରଭାତୀଙ୍କ ସମ୍ପର୍କରେ ସୂଚନା ଆଣିଦେଇଥିଲା । ବର୍ତ୍ତମାନ ପ୍ରଭାତୀଙ୍କୁ ଠାବ କରାଯାଇଛି । ହେଲେ ତାଙ୍କୁ ଭୁଜ୍ ରୁ ଓଡ଼ିଶା ଆଣିବା ପାଇଁ ପ୍ରଶାସନର ସହାୟତା ଆବଶ୍ୟକତା ରହିଛି । ଯେଉଁଥିପାଇଁ ସେ ପ୍ରଶାସନ ସହ ଅନ୍ୟମାନଙ୍କୁ ନିବେଦନ କରିଥିବା ଜଣାପଡିଛି । ଅସହାୟ ଲୋକଙ୍କ ସହାୟତା ପାଇଁ ଅଣ୍ଟା ଭିଡିଥିବା କଳିଙ୍ଗ ସ୍ୱରାଜ ଅଭିଯାନ ଚେଷ୍ଟା ଜାରି ରଖିଛି । ପ୍ରଭାତୀଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସେ କେଉଁ ସ୍ଥାନରେ ଅଛନ୍ତି, ସେ ନେଇ ପ୍ରୟାସ ଆରମ୍ଭ କରାଯାଇଥିଲା । ମାସ ମାସ ଧରି ତାଙ୍କୁ ଟ୍ରାକ କରାଯିବା ପରେ ସେ ଗୁଜରାଟସ୍ଥିତ ଭୁଜ୍ ରେ ଥିବା ମାନସିକ ରୋଗ ଚିକିତ୍ସାଳୟରେ ପ୍ରଭାତୀଙ୍କ ସୂଚନା ପାଇଥିଲେ ।