ଦଶମ ଶ୍ରେଣୀ ଭୁଲ ପ୍ରଶ୍ନରେ ଭୁଲ ଉତ୍ତର ବାଣ୍ଟିବା ଘଟଣା, ମାଷ୍ଟରମାଇଣ୍ଡ ସହ ୮ ଜଣଙ୍କୁ ବାନ୍ଧିଲା ପୋଲିସ

କଳାହାଣ୍ଡି: ଦଶମ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ପରେ ଉତ୍ତର ବାଣ୍ଟିବା ଘଟଣାରେ ମାଷ୍ଟର ମାଇଣ୍ଡ ସହ ୮ ଗିରଫ । କଳାହାଣ୍ଡି କେସିଙ୍ଗାର ଘଟଣା । ପ୍ରମାଣ ମିଳୁନଥିବା କହି ଖସିଯାଉଥିଲେ । ଶିକ୍ଷା ବିଭାଗର ଏତଲା ପରେ ଶେଷରେ ୮ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାଷ୍ଟରମାଇଣ୍ଡ ରୁପ୍ରା ଘରୋଇ ଆର.କେ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟର ପରିଚାଳନା କରୁଥିବା ବେଳେ ପ୍ରାଣ ବନ୍ଧୁ ସାହୁ, ରୋଶନ ସାହୁ, ରବୀନ୍ଦ୍ର କୁମାର ସାହୁ, ରେଙ୍ଗାଲିର କୌଶିକ ସାହୁ, କାଣ୍ଡେଲର ଖିରସିନ୍ଧୁ ବାଗ, ଯାଜପୁର ଟାଉନର ଅଭୟ ନନ୍ଦ, ଲାଖ ପଦରର ଭେସ ରାଜ୍ କରୁଆଁ, ଘୋଡାବନ୍ଧର କୁଳମଣି ସାହୁଙ୍କୁ ଗତକାଲି ଗିରଫ କରିଛି କେସିଙ୍ଗା ପୋଲିସ ।
ଏହି ଘଟଣାରେ ପୋଲିସ ନକଲି ପ୍ରଶ୍ନପତ୍ର, ମୋବାଇଲ ଓ ଟଙ୍କା ଜବତ କରିଛି । ଏମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ୨୧ ତାରିଖରେ ହାଜର ହେବା ପାଇଁ କୁହାଯାଇଥିଲା । ପୋଲିସ ଏହି ଘଟଣାରେ ଠୋସ୍ ପ୍ରମାଣ ନ ପାଇବାରୁ ହାଲୁକା ଭାବରେ ନେଉଥିଲା। ହେଲେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଗତ ୧୮ ତାରିଖ ଦିନ ଏତଲା ଦେଇଥିଲେ । ଏହାକୁ ଭିତ୍ତିକରି ପୋଲିସ ଏହି ୮ ଜଣଙ୍କୁ ଗିରଫ କରିଛି । ଏହି ଘଟଣା ପରେ ଏହାର ଆନ୍ତଃଜିଲ୍ଲା ରାକେଟ ନେଇ ବି ଚର୍ଚ୍ଚା ହୋଇଥିଲା ।