ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସରକାରୀ ଛାଟ

1 min read

ରାଜ୍ୟର ୧୧ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ରାଜସ୍ୱ ବିଭାଗ । ଯେଉଁମାନଙ୍କ ବିରୋଧରେ ପୂର୍ବରୁ ଭିଜିଲାନ୍ସ ମାମଲା ରହିଥିଲା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୨ ଜଣ ଓଏଏସ୍ ଅଧିକାରୀଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ୯ ଜଣଙ୍କ ପେନସନ୍ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ରାଜସ୍ୱ ବିଭାଗ ।

ବହିଷ୍କୃତ ହୋଇଥିବା ୨ ଅଧିକାରୀ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହାର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳ ଏବଂ କୋରାପୁଟ କୋମନା ବ୍ଲକର ପୂର୍ବତନ ବିଡିଓ ପ୍ରଦୀପ କୁମାର ବେହେରା । ଯେଉଁମାନଙ୍କର ପେନସନ୍ ବନ୍ଦ କରାଯାଇଛି ସେମାନେ ହେଲେ ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ଡିପିସି ବଂଶୀଧର ନାୟକ, ପିପିଲିର ପୂର୍ବତନ ତହସିଲଦାର ପ୍ରଭାତ କୁମାର ମହାନନ୍ଦିଆ, ମୟୁରଭଞ୍ଜ ବାଙ୍ଗିରିପୋଷିର ପୂର୍ବତନ ବିଡିଓ ଗଣେଶ ପ୍ରସାଦ ନାୟକ, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଡିଓ ସୁନୀଲ କୁମାର ସାହୁ । ବାଲେଶ୍ୱର ଜିଲ୍ଲା ସୋରର ପୂର୍ବତନ ତହସିଲଦାର ନିରାକାର ପରିଡ଼ା, ମୟୁରଭଞ୍ଜ ଉଦଳାର ପୂର୍ବତନ ତହସିଲଦାର ସନ୍ତୋଷ କୁମାର ମହାନ୍ତି, ବରଗଡ଼ ପୌରପରିଷଦର ପୂର୍ବତନ ନିର୍ବାହୀ ଅଧିକାରୀ ନବୀନ ସେଠ୍, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ପୂର୍ବତନ ବିଡିଓ ସନାତନ ସେଠୀ ଏବଂ କୋରାପୁଟର ପୂର୍ବତନ ଆରଟିଓ ପୂରନ୍ଦର ପୂଜାରୀ । ଏ ସମସ୍ତଙ୍କର ପେନସନ୍ ରଦ୍ଦ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ')}

Leave a Reply