କୋଭିଡ୍ ଟିକା ସହ ଅନ୍ୟ ଉପକରଣ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି
1 min readଭୁବନେଶ୍ୱର: କୋଭିଡ ମୁକାବିଲା ପାଇଁ କେନ୍ଦ୍ରକୁ ଦାବି ଜଣାଇଲା କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଓଡ଼ିଶାକୁ ଅଧିକ ସଂଖ୍ୟାରେ ଆଣ୍ଟିଜେନ୍ କିଟ୍ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ଟିକା ଅଭାବରୁ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ୧୯ ଲକ୍ଷ ବ୍ୟକ୍ତି ଅଛନ୍ତି । ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାବି କରିଛନ୍ତି ।
ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର, ମାସ୍କ, କିଟ୍ ଯୋଗାଇ ଦେବାକୁ ଦାବି କରାଯାଇଛି । ଡି-ଟାଇପ୍ ଅକ୍ସିଜେନ ସିଲିଣ୍ଡର-୧୦ହଜାର, ବି-ଟାଇପ ଅକ୍ସିଜେନ ସିଲିଣ୍ଡର-୨୦ହଜାର ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ୧୦୦ ଭେଣ୍ଟିଲେଟର, ୫ଲକ୍ଷ N-95 ମାସ୍କ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।