କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି, ସାମ୍ବାଦିକଙ୍କୁ ଦିଆଯାଉ ସମ୍ମୁଖ ଯୋଦ୍ଧା ମାନ୍ୟତା

Odisha Request Additional 6 Lakh Doses Covishield Vaccine From Centre

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଯୋଦ୍ଧାଙ୍କୁ ଫେବ୍ରୁଆରୀ ମାସରେ ଟିକା ଦିଆଯାଇଛି । ତେବେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଆଉ କିଛି ଶ୍ରେଣୀ ପ୍ରତି ବିପଦ ଥିଲେ ମଧ୍ୟ ସେମାନଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ମିଳିନାହିଁ । ସେମାନଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ଦିଆଯିବା ସହ ସାମ୍ବାଦିକମାନଙ୍କୁ କୋଭିଡ୍ ଟିକା ଦେବା ପାଇଁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଟିକା ଦେବାକୁ ଚିଠି ଲେଖିଛନ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ।

ବିଭିନ୍ନ ଜରୁରୀକାଳୀନ ସେବା ଯେଭଳି ପାନୀୟ ଜଳ ବଣ୍ଟନ, ବିଦ୍ୟୁତକରଣ କାର୍ଯ୍ୟରେ ନିୟୋଜିତ କର୍ମୀଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେବାକୁ ଚିଠି ଲେଖି ଦାବି କରିଛନ୍ତି । ବିମାନବନ୍ଦର, ରେଲୱେ ଓ ବନ୍ଦର କର୍ମଚାରୀଙ୍କ ସହ ପୁରୀ ଓ ଲିଙ୍ଗରାଜ ସେବାୟତଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ଦିଆଯାଇ କୋଭିଡ୍ ଟିକାକରଣରେ ସାମିଲ୍ ଲାଗି ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

Leave a Reply