ଅମଳ ବେଳେ ଚକଡ଼ା ଚଡ଼କ, ନଷ୍ଟ ହୋଇଗଲା ଏକର ଏକର ଧାନ ଫସଲ

Acres Of Paddy Crop Destroyed By Worms

ପିପିଲି: ପାଚିଲା ଧାନରେ ଚକଡ଼ା ପୋକ । ହଳଦିଆ ପଡ଼ି ଯାଉଛି ଅମଳ ଯୋଗ୍ୟ ଧାନ ଗଛ । ହେକ୍ଟର ହେକ୍ଟର ଏକର ଫସଲ ନଷ୍ଟ । ଧାନ ପାଚିବା ଆରମ୍ଭ ହେଲାଣି । ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା । କ୍ଷେତରେ ସୁନାର ଫସଲକୁ ଦେଖି ଉତ୍ସାହିତ ଥିଲେ ଚାଷୀ । ହେଲେ ଧାନ ପାଚିବା ସମୟରେ ଦାଉ ସାଜୁଛି ଚକଡ଼ା ପୋକ । ପୁରୀ ଜିଲ୍ଲା ପିପିଲି ବ୍ଲକର ପ୍ରାୟ ୪ଟି ପଞ୍ଚାୟତରେ ଚକଡ଼ା ପୋକ ଯୋଗୁଁ ଧାନ ଗଛ ହଳଦିଆ ପଡ଼ିଯିବା ସହ ଶୁଖି ନଷ୍ଟ ହେଇଯାଉଛି ।

Acres Of Paddy Crop Destroyed By Worms

ଫଳରେ ଏକରରେ ୩୦ ବସ୍ତା ଧାନ ଅମଳ ଆଶା ରଖିଥିବା ଚାଷୀ ୧୦ ବସ୍ତା ମିଳିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଅମଳ ବେଳେ ଚାଷୀଙ୍କ ମୁଣ୍ଡ ବ୍ୟଥାର କରାଣ ପାଲଟିଛି ଚକଡ଼ା ପୋକ । ମଙ୍ଗଳପୁର, ସମ୍ପୁର, କୁଳଶେଖରପାଟଣା, ଦଣ୍ଡମକୁନ୍ଦପୁର ଆଦି ପଞ୍ଚାୟତରେ ପ୍ରାୟ ୧୦୦ ହେକ୍ଟରରୁ ଅଧିକ ଜମିରେ ଧାନ ଫସଲ ନଷ୍ଟ ହୋଇଛି ।

Acres Of Paddy Crop Destroyed By Worms

ଏନେଇ ଅଭିଯୋଗ ପରେ ଚାଷୀଙ୍କୁ ୫୦ ପ୍ରତିଶତ ସବସିଡରେ ଔଷଧ ଯୋଗାଣ ସହ କ୍ଷୟକ୍ଷତି ଆକଳନ କରାଯାଇ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ସଂସ୍ଥାର ଅଧ୍ୟକ୍ଷ । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ରହିଥିବା ବେଳେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

Leave a Reply