ଭାଇ ଉପରକୁ ଭାଇର ଏସିଡ ମାଡ଼, ପଡ଼ୋଶୀ ଗୁରୁତର

 ବରଗଡ଼: ଘରୋଇ କଳହରୁ କରୁଣ ପରିସ୍ଥିତି । ସାମାନ୍ୟ ଝଗଡ଼ାରୁ ହୋଇଛି ଏସିଡ ମାଡ଼  । ଏମିତିକି କଳହକୁ ସମାଧାନ କରିବାକୁ  ଆସିଥିବା ଲୋକଙ୍କୁ ମଧ୍ୟ ଏସିଡ଼ ମାଡ଼ ହୋଇଛି  । ସମୁଦାୟ ଚାରି ଜଣଙ୍କୁ ଏସିଡ ମାଡ଼ ହୋଇଥିବା ଖବର ମିଳିଛି । ବରଗଡ଼ ସହରର ୱାର୍ଡ଼ ନଂ 11 ସ୍ଥିତ ନୂଆପଡା ରେ ଘଟିଛି ଏହି ଅମାନୁଷିକ କାଣ୍ଡ । ଘରୋଇ କଳହକୁ ନେଇ ନୂଆପଡାର ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଲାଗିଥିଲା ।

ଏହି ସମୟରେ ଉତକ୍ଷିପ୍ତ ହୋଇ ଜଣେ ଭାଇ ରାଗିଯାଇ ଅନ୍ୟ ଭାଇ ଉପରକୁ ଏସିଡ ମାଡ଼ କରିଥିଲେ । ପଡୋଶୀ ତିନି ଜଣ ଲୋକେ ଝଗଡାକୁ ସମାଧାନ କରିବା ପାଇଁ ଆସିଥିବା ବେଳେ ସେମାନଙ୍କ ଉପରକୁ ମଧ୍ୟ ଏସିଡ ମାଡ଼ ହୋଇଛି । ସମସ୍ତ ଆହାତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବରଗଡ଼ ଟାଉନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ  ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ସମସ୍ତଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply