ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି: ଲେଖିଛନ୍ତି, ‘ କିଛି ବି କରିକି ଡିଭୋର୍ସ କରାଇଦିଅ,
ପାରଳାଖେମୁଣ୍ଡି: ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଟ୍ୱିଷ୍ଟ୍ । ମିଳିଲା ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି । ଯେଉଁଥିରେ ବିଦ୍ୟା ନିଜର ଭାବନାକୁ ଦୁଃଖରେ ପ୍ରକାଶ କରିଛନ୍ତି । ଲେଖିଛନ୍ତି, କିଛି ବି କରିକି ଡିଭୋର୍ସ କରାଇଦିଅ । ପ୍ରଭୁ ତୁମ ପାଖରେ ଋଣୀ ରହିବି । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି । ସାରା ଜୀବନ କିଛି ବି କରିବି । ଡିଭୋର୍ସ କରାଇଦିଅ । ଏମିତି ମଣିଷ ମୁଁ ମୋ ଜୀବନରେ ଦେଖିନି । ଏତେ ଦୁଃଖରେ କହିଲି , ଆଖି ଲୁହ ବି ଗଡୁଛି । ଏମିତି ବହୁତ କୋହଭରା ଶବ୍ଦରେ ବିଦ୍ୟା ନିଜର ମନକଥା ଲେଖିଛନ୍ତି । ଚିଠିରେ ଏପରି କିଛି କଥା ମଧ୍ୟ ଅଛି ଯାହା ସାଧାରଣରେ କହି ହେବନି । ବେଶ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମଧ୍ୟ ଲେଖିଛନ୍ତି । ଏଥିରୁ ଜଣାପଡୁଛି ଯେ ସ୍ୱାମୀ ସୌମ୍ୟଙ୍କ ପ୍ରତି ବିଦ୍ୟାଭାରତୀଙ୍କ କି ମାତ୍ରାରେ ଘୃଣାଭାବ ରହିଥିଲା । ସେହିପରି ଏପ୍ରିଲ ପହିଲା, ଦୁଇ ଏପ୍ରିଲରେ ଇଂରାଜୀରେ ହେଟ ଲେଖି ମଧ୍ୟ ନିଜର ମନ କଥା ଉଦଗାରିଥିଲେ । ଚିଠିରେ ଗାର କାଟି ହେଟ ଲେଖିଛନ୍ତି ।
ଗତ ମଙ୍ଗଳବାର ଦିନ ମଧ୍ୟ ଏପରି ଏକ ଚିଠି ତଦନ୍ତକାରୀ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଥିଲା । ଯେଉଁଥିରେ ବିଦ୍ୟା ତାଙ୍କ ମନର କଥାକୁ ବେଶ ଦୁଃଖ ସହକାରେ ପ୍ରକାଶ କରିଥିଲେ । ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର । ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ । କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଥିଲା । ମୁଁ ଏହି ଲୋକକୁ ସବୁଠାରୁ ଅଧିକ ଘୃଣା କରେ । ମୋ ନାଁକୁ ଏହି ଲୋକ ସହ ଯୋଡିବାକୁ ମଧ୍ୟ ମୋତେ ଖରାପ ଲାଗୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ । ପ୍ଲିଜ ମୋତେ କ୍ଷମା କରିଦିଅ । ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି । ମୁଁ କାହାର କେବେ କ୍ଷତି କରିନି । କେବେ କାହାର କ୍ଷତି କେବେ ଚାହିଁନି ବୋଲି ଚିଠିରେ ଲେଖାହୋଇଥିଲା