ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ଡିଏଫ୍‌ଓ ଓ ରୋଷେୟାଙ୍କୁ କ୍ଳିନ୍‌ଚିଟ୍

1 min read

ପାରଳାଖେମୁଣ୍ଡି: ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍‌ଚିଟ୍ । ବିଦ୍ୟାଭାରତୀଙ୍କ ନାଁରେ ଦୁଇଟି ଦଫା ଲାଗିଛି । ଏଥିସହ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । ସେଦିନ ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଆକସ୍ମିକ ଦୁର୍ଘଟଣା ଥିଲା । ତେବେ ବିଦ୍ୟାଭାରତୀ ନିଆଁ ଲିଭାଇବା ପାଇଁ ଯଥେଷ୍ଟ ଚେଷ୍ଟା କରିନଥିଲେ । ଏଭଳିକି ସହାୟତା ପାଇଁ ଲୋକଙ୍କୁ ବି ଡାକିନଥିଲେ । ସ୍ୱାମୀ ନିଆଁରେ ପୋଡ଼ି ହେଉଥିବା ବେଳେ କୌଣସି ତତ୍ପରତା ଦେଖାଇନଥିଲେ ପତ୍ନୀ ବିଦ୍ୟାଭାରତୀ ।

ଠିକ୍ ସମୟରେ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଅଘଟଣକୁ ଏଡାଇ ଦିଆଯାଇ ପାରିଥାନ୍ତା । ଅବହେଳା ପାଇଁ ସୌମ୍ୟଙ୍କ ଜୀବନ ଯାଇଛି । ବିଦ୍ୟା ଓ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା । ନିଆଁ ଲିଭାଇବାରେ ବିଦ୍ୟାଭାରତୀଙ୍କ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ହୋଇପାରେ । ବିଦ୍ୟାଙ୍କ ବିରୋଧରେ ୨୮୫ ଓ ୩୦୪ (A) ଧାରାରେ ମାମଲା ରୁଜୁ ହୋଇଛି । ଦୋଷୀ ସାବ୍ୟସ୍ତ ହେଲେ ୭ବର୍ଷ ଜେଲ ଦଣ୍ଡ ହୋଇପାରେ । CRPC ୪୧ (A) ଆଧାରରେ ବିଦ୍ୟାଙ୍କୁ ନୋଟିସ୍ ପଠାଯାଇଛି । ଧାରା ୨୮୫ ହେଉଛି ନିଆଁ ଲିଭାଇବାରେ ଅବହେଳା ଓ ୩୦୪ (A) ହେଉଛି ଅବହେଳା ଯୋଗୁଁ ମୃତ୍ୟୁ । ଗତକାଲି କାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଯ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଘଟଣାରେ ୮୦ ଜଣଙ୍କୁ ଜେରା ହୋଇଥିବା ବେଳେ, ସମସ୍ତଙ୍କ କଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟ, ଏସଏଫଏଲ ରିପୋର୍ଟ, ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟର ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିଛନ୍ତି ତଦନ୍ତକାରୀ ଅଧିକାରୀ ।

Leave a Reply