ଧରାପଡ଼ିବ ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁର ସତ: କାଲି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

କଟକ/ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା। ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ । ଆସନ୍ତାକାଲି ସୌମ୍ୟଙ୍କ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏହାପରେ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରାଯିବ । ଜେରାରେ ସାହାଯ୍ୟ କରିବା ପାଇଁ କ୍ରାଇମ୍‌ ଏଗେନ୍‌ଷ୍ଟ ଓ୍ୱିମେନ୍ ଓ୍ୱିଙ୍ଗର ଦୁଇ ଜଣ ମହିଳା ଅଧିକାରୀ ସାମିଲ ହେବେ । ବିଦ୍ୟାଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ହାତରେ ପ୍ରଶ୍ନର ଲମ୍ବା ତାଲିକା । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ପାରଳାଖେମୁଣ୍ଡିରେ ପ୍ରଥମ ପର୍ଯ୍ୟାୟରେ ଡିଏଫଓଙ୍କ ସମେତ ୮ଦିନରେ ୧୫ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗରେ ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରାଯାଇଥିଲା । ପୋଲିସ ପକ୍ଷରୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିଲେ ମଧ୍ୟ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ । ଡିଏଫଓଙ୍କ ଉତ୍ତରକୁ ବିଦ୍ୟାଭାରତୀଙ୍କୁ ଜେରା ବେଳେ କ୍ରସ ଚେକ୍‌ କରିପାରେ କ୍ରାଇମବ୍ରାଞ୍ଚ । ପାରଳା ପୋଲିସ ଦୁଇ ଥର ବିଦ୍ୟାଭାରତୀଙ୍କୁ ଜେରା କରିଥିଲେ ବି ସନ୍ତୁଷ୍ଟ ହୋଇନି । ଆଉ ଏଥର କପ୍ତିପଦାରେ ସୌମ୍ୟ ମୃତ୍ୟୁର ସୁରାକ୍‌ ଖୋଜିବ କ୍ରାଇମବ୍ରାଞ୍ଚ । ଗୋଟିଏ ଘରେ ଥାଇ ସ୍ୱାମୀ ପୋଡ଼ି ହେବା କଥା କେମିତି ଜାଣିପାରିଲେନି ବିଦ୍ୟା? ପାରିବାରିକ କଳହ ମୃତ୍ୟୁର କାରଣ କି? ଅନୈତିକ ସଂପର୍କର ସତ କଣ? ବିଦ୍ୟାଭାରତୀଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ହାତରେ ପ୍ରଶ୍ନର ଲମ୍ବା ତାଲିକା ।

ଏଥିସହିତ ପଢ଼ନ୍ତୁ: ନକଲି ସାମ୍ବାଦିକ ସାବଧାନ,‘ପ୍ରେସ୍‌’ ଲେଖାଥିବା ଗାଡିର ଯାଞ୍ଚ କରିବ ପୋଲିସ

Leave a Reply