ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୌମ୍ୟଙ୍କ ସମ୍ପର୍କୀୟ, ଦାବି କଲେ CBI ତଦନ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଁଚିଲେ ଏସିଏଫ ସୌମ୍ୟ ରଞ୍ଜନଙ୍କ ଭାଇ ଓ ସମ୍ପର୍କୀୟ । ନିରପେକ୍ଷ ତଦନ୍ତ ସହ ସିବିଆଇ କିମ୍ବା ଏସଆଇଟିକୁ କେସ ହସ୍ତାନ୍ତର ପାଇଁ ଦାବି ରଖିଲେ। ଏହାସହ ଘଟଣାକୁ 23 ଦିନ ପୁରିଥିଲେ ମଧ୍ୟ ପୋଲିସର ହାତ ଖାଲି ଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ଭାଇ । ଏହାସହ ଏହି ଘଟଣାରେ ଅନେକ କ୍ଷମତାଶାଳୀ ଲୋକଙ୍କ ହାତ ଥିବାରୁ ତଦନ୍ତ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ ।

ସେପଟେ ଅଭିଯୋଗ କରିବାକୁ ଆସିଥିବା ପରିବାର ଲୋକେ କହିଛନ୍ତି,  ତଦନ୍ତ ଯେତିକି ବିଳମ୍ବ ହେବ ଦୋଷୀଙ୍କୁ ପ୍ରମାଣ ନଷ୍ଟ ପାଇଁ ସେତିକି ଅଧିକ ସମୟ ମିଳିବ । ତେବେ ଆଜି ସୌମ୍ୟଙ୍କ ଭାଇ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ଏହାପରେ ସେ କମିଶନରେଟ ପୋଲିସରେ ଥିବା ଡିଜିପିଙ୍କ କ୍ୟାମ୍ପ ରେ ମଧ୍ୟ ଏକ ଅଭିଯୋଗ ପତ୍ର ଦେବେ ।

Leave a Reply