କପ୍ତିପଦାରେ କ୍ରାଇମବ୍ରାଞ୍ଚ, ବିଦ୍ୟାଭାରତୀଙ୍କୁ ସାଢେ ୬ ଘଣ୍ଟା ଜେରା

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମ ଏଗ୍‌ନଷ୍ଟ ଓମେନ ଶାଖାର ୨ଜଣ ମହିଳା ଅଫିସରଙ୍କ ସହ ୫ଜଣିଆ ଟିମ୍ କପ୍ତିପଦାରେ ପହଞ୍ଚି ବିଦ୍ୟାଙ୍କ ସମେତ ବାପାମାଆଙ୍କୁ କରିଛି ଜେରା । ସାଢେ ୬ ଘଣ୍ଟା ଧରି ଘଟଣା ପୂର୍ବପର ବିଷୟରେ ଗୁଡେଇ ତୁଡେଇ ପ୍ରଶ୍ନ କରିବା ସହ ରୋଷେୟା, ଡିଏଫଓ ଏବଂ ସୌମ୍ୟଙ୍କ ପରିବାର ଲୋକ ଦେଇଥିବା ବୟାନର କ୍ରସ୍‌ ଚେକ୍ କରିଛି ତଦନ୍ତକାରୀ ଟିମ୍ ।

ବିଦ୍ୟାଭାରତୀଙ୍କ ଆଗରେ ପ୍ରାୟ ୬୦ରୁ ୭୦ ପ୍ରଶ୍ନ ରଖିଥିଲା କ୍ରାଇମବ୍ରାଞ୍ଚ । ମାମଲାରେ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ମୃତ ସୌମ୍ୟଙ୍କ ବାପା, ମା, ମାମୁଁ, ମାଇଁ ଓ ବଡ଼ଭାଇଙ୍କ ସମେତ ମୋଟ 19 ଜଣଙ୍କ ବୟାନ ରେକର୍ଡ଼ କରିଛି । ଗତକାଲି କ୍ରାଇମ୍‌ବ୍ରାଞ୍ଚର ୪ଜଣିଆ ଟିମ୍ ଖଇରାର ବେଗୁନିଆରେ ପହଞ୍ଚି ସୌମ୍ୟଙ୍କ ପରିବାରର ସଦସ୍ୟଙ୍କୁ ପଚରାଉଚରା କରିଥିଲା ।

ସେହିପରି ସୌମ୍ୟଙ୍କ ବାପା, ମା, ମାମୁ ମାଇଁ ଓ ବଡଭାଇଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୋଲିସ । ଚାକିରିରେ ସମସ୍ୟା ଓ ପାରିବାରିକ ସମସ୍ୟା ନେଇ ସୌମ୍ୟ କହିଥିବା କଥା, ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଆଗରେ କହିଥିଲେ ପରିବାର ଲୋକ । ପ୍ରାୟ ସାଢେ ୬ ଘଣ୍ଟା ଧରି କ୍ରାମବ୍ରାଞ୍ଚ ଟିମ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିଥିଲା  ।

Leave a Reply