ଘରୋଇ କଳିରୁ ଭାଇକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଭାଇ

ବ୍ରହ୍ମପୁର: ଘରୋଇ କଳିରୁ ହତ୍ୟାକାଣ୍ଡ । ସାନଭାଇକୁ ହତ୍ୟା କଲା ମଝିଆ ଭାଇ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ନେହେରୁ ନଗର ରାଜୀବ ଆବାସ ଆପାର୍ଟମେଣ୍ଟରେ ରହୁଥିବା ବୁଡୁ ବେହେରାଙ୍କୁ ହତ୍ୟା କରିଛି ଭାଇ ପୂର୍ଣ୍ଣ ବେହେରା । ଘଟଣା ପରେ ଅଭିଯୁକ୍ତ ପୂର୍ଣ୍ଣ ଗୋସାଣୀ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଛି ।
ପୂର୍ବରୁ ପୂର୍ଣ୍ଣ ନାଁରେ ହତ୍ୟା ମାମଲା ରହିଛି । ଟଙ୍କା କାରବାରକୁ ନେଇ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।