ଭିନ୍ନ ଭିନ୍ନ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡ

ଭୁବନେଶ୍ବର: ଦୁଇଟି ଭିନ୍ନ ଭିନ୍ନ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ରାଉରକେଲାରେ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଥିବା ବେଳେ କେନ୍ଦୁଝରରେ ଜଣଙ୍କୁ ମିଳିଛି ।

ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ରାଉରକେଲା ଫାଷ୍ଟଟ୍ରାକ ସ୍ପେଶାଲ ପୋକ୍ସୋ କୋର୍ଟ ଅଭିଯୁକ୍ତ ଯୁଗଳ ଚେରୁଆକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି । ଜରିମାନା ଅନାଦେୟ ଅଧିକ ଦୁଇବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ । ପୀଡିତା ନାବାଳିକାକୁ ୭ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ନଭେମ୍ବର ୫ ତାରିଖ ବିଶ୍ରା ଥାନାରେ ଅଭିଯୋଗ ହୋଇଥିଲା ।

ସେହିପରି ପ୍ରେମିକାକୁ ଗଣବଳାତ୍କାର ପରେ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଦୌରା ଜଜ । ୨୦୨୨ରେ ଅଭିଯୁକ୍ତ ସୁଶାନ୍ତ କୁମାର ନାଏକ ପଣ୍ଡାପଡା ଥାନା ଅନ୍ତର୍ଗତ ବସନ୍ତପୁର ଗାଁରେ ରହୁଥିବା ପ୍ରେମିକାକୁ ରାତିରେ ଫୋନ୍ କରି ଘରୁ ଡାକିଥିଲା ।

ପ୍ରେମିକା ଆସିବା ପରେ ସାଙ୍ଗମାନଙ୍କ ସହ ତାଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରି ପ୍ରେମିକାଙ୍କ ବାଡ଼ିପଟ ପରିତ୍ୟକ୍ତ ପୋଖରୀରେ ଫୋପାଡି ଦେଇଥିଲା । ମାମଲାର ବିଚାର କରି ୨୦ ଜଣ ସାକ୍ଷୀଙ୍କର ବୟାନ ସହ ଡିଏନଏ ରିପୋର୍ଟ ଆଧାରରେ ଅଭିଯୁକ୍ତ ସୁଶାନ୍ତକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନଦେୟ ଏକ ମାସ ଅଧିକ ଜେଲ ଦଣ୍ଡାଦେଶ ସଜା ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ ।