ଅଶ୍ଲୀଳ ଭିଡିଓ ଦେଖି ୨ ନାବାଳିକାଙ୍କୁ ୬ ଜଣଙ୍କ ଗଣଦୁଷ୍କର୍ମ

Accused Saw Porn In Mobile Before Rape In Bihar

ପାଟଣା: ଅଶ୍ଲୀଳ ଭିଡିଓ ଦେଖି ଗଣଦୁଷ୍କର୍ମ । ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି ବିହାରରୁ । ଶେଖପୁରା ବରବିଘା ଥାନା ଅନ୍ତର୍ଗତ ଏକ ଗାଁରେ ସୋମବାର ସନ୍ଧ୍ୟାରେ ୮ ବର୍ଷୀୟ ୨ ଜଣ ବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଗଣଦୁଷ୍କର୍ମ ପରେ ୩ ଟଙ୍କା ଦେଇ ଏନେଇ କାହାରିକୁ ନ କହିବାକୁ କୁହାଯାଇଛି । ଏ କଥା ଜଣାପଡ଼ିବା ପରେ ପୋଲିସ ୨ ନାବାଳକଙ୍କୁ ଧରିଛି । ଯେତେବେଳେ କି ଏଥିରେ ସମ୍ପୃକ୍ତ ୪ ଜଣ ଏବେ ବି ଫେରାର୍ ଅଛନ୍ତି । ସମସ୍ତ ବାଳକ ଗଣଦୁଷ୍କର୍ମ ପୂର୍ବରୁ ଏକାଠି ବସି ଅଶ୍ଲୀଳ ଭିଡିଓ ଦେଖିଥିଲେ ।

ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅନୁସାରେ, ୬ ଜଣ ସାଙ୍ଗ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଗୋଟିଏ ସ୍ଥାନରେ ବସି ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିଥିଲେ । ଏହାପରେ ସେହିଭଳି କାମ କରିବାକୁ ଚାହିଁଥିଲେ । ସେଠାରୁ କିଛି ଦୂର ଏକ ଗାଁର ଜମିରେ ୨ ନାବାଳିକ ଶାଗ ତୋଳୁଥିଲେ । ନାବାଳକମାନେ ସେଠାରୁ ୨ ନାବାଳିକାଙ୍କୁ ଉଠାଇ ନେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ ।

ପୋଲିସ ଅନୁସାରେ, ଏଥିରେ ସମ୍ପୃକ୍ତ ସମସ୍ତ ନାବାଳକଙ୍କ ବୟସ ୧୦ରୁ ୧୨ ବର୍ଷ ହୋଇଥିବା ବେଳେ ନାବାଳିକାଙ୍କ ବୟସ ୮ ବର୍ଷ । ପୋଲିସ ୨ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି । ଧରା ପଡ଼ିଥିବା ୨ ନାବାଳକଙ୍କୁ ଜୁଭେନାଇଲ୍ କୋର୍ଟରେ ହାଜର କରାଯାଇଛି ।