spot_img

Latest Posts

ପରୀ ହତ୍ୟା ଘଟଣା: ନାରକୀୟ କାଣ୍ଡର ସତ କହିବ ନାର୍କୋ ଟେଷ୍ଟ

ଭୁବନେଶ୍ୱର: ଆଇନ ପଞ୍ଝାରୁ ଖସି ପାରିବନି ପରୀ ହତ୍ୟା ଅଭିଯୁକ୍ତ। ସରୋଜର ନାର୍କୋଟେଷ୍ଟ ପାଇଁ କୋର୍ଟରେ ଏସ୍‌ଆଇଟିର ଆବେଦନ ଉପରେ ଆଜି ହେବ ଶୁଣାଣି। ଗତକାଲି ସରୋଜ କୋର୍ଟରେ ହାଜର ହୋଇଥିଲା । ତେବେ ଆଜି କୋର୍ଟ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି। କେତେ ମିଛ ଓ ସତ କହୁଛି ସରୋଜ ସେଠୀ ? କେତେ ଶୁଣାଉଛି ମନଗଢ଼ା ଗପ ? ଏସବୁର ଟେର୍ ପାଇବାକୁ ସରୋଜର ହେବ ନାର୍କୋ ଆନାଲିସିସ ଟେଷ୍ଟ।

ଏଥିପାଇଁ  ନୟାଗଡ଼ ପୋକ୍ସୋ କୋର୍ଟରେ ଏସ୍‌ଆଇଟି ଆବେଦନ କରିଛି। ସେପଟେ କୋର୍ଟ ମାନୁଆଲ ଅନୁସାରେ ଗିରଫର ୧୪ ଦିନ ପରେ କଡ଼ା ସୁରକ୍ଷା ଭିତରେ ସରୋଜକୁ ଜେଲରୁ ଆଣି କୋର୍ଟରେ ହାଜର କରାଯାଇଥିଲା। ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ପରେ ସାମ୍ନାକୁ ଆସିଥିଲା ସରୋଜର ରାକ୍ଷସ ରୂପ। ତାକୁ ଗିରଫ ପରେ ଗତ ୨୪ ତାରିଖରେ ନିଜେ କରିଥିବା ବର୍ବର କାଣ୍ଡର ସିନ୍ ରିକ୍ରିଏଟ କରି ଦେଖାଇସାରିଛି ସରୋଜ।

Jadupur Villagers Alleged BJP Doing Politics On Pari Case

ପରୀକୁ ହତ୍ୟା କରିବାରେ ବ୍ୟବହୃତ ଗାମୁଛାକୁ ଏସଆଇଟି ଜବତ କରିଛି। ଏହା ସହିତ ପୋଖରିରୁ ମିଳିଛି ପରୀର ଲେଗିଙ୍ଗ୍‌ସ। ସରୋଜ ନିଜର ପାପ ମାନିଥିବା ବେଳେ ଅଧିକ ପ୍ରମାଣ ପାଇଁ ନାର୍କୋଟେଷ୍ଟ ଉପରେ ଗୁରୁତ୍ୱ ଦେଉଛି ଏସ୍‌ଆଇଟି।

Latest Posts

Don't Miss