ପୁଣି ପୋଲିସକୁ ଚକ୍ମା ଦେଲା ଦୀପକ, ହେପାଜତରୁ ଖସିଗଲା ମୁସେୱାଲା ହତ୍ୟାକାରୀ

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେଓ୍ବାଲା ହତ୍ୟା ଘଟଣା । ପୋଲିସ ହେପାଜତରୁ ଖସିଗଲା ଅଭିଯୁକ୍ତ ଦୀପକ ଓରଫ ତିନୁ । ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏର କର୍ମଚାରୀ ଦୀପକକୁ କପୁରତାଲାରୁ ମାନସାକୁ ନେଇ ଯାଉଥିବାବେଳେ ବାଟରେ ଦୀପକ ଖସିଯାଇଛି ।
ମୋସେଓ୍ବାଲା ହତ୍ୟାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲା ଦୀପକ । ସୁଟର, ମାଷ୍ଟରମାଇଣ୍ଡ ସମେତ ମୋଟ ୧୫ ଜଣକ ନାମ ଯେଉଁ ଚାର୍ଜସିଟରେ ଦାଖଲ ହୋଇଥିଲା ସେମାନଙ୍କ ମଧ୍ୟରେ ଥିଲା ଦୀପକ ।
ପୂର୍ବରୁ ୨୦୧୭ରେ ଅମ୍ବାଲା ସେଣ୍ଟ୍ରାଲ ଜେଲରେ ଥିବାବେଳେ ଲଙ୍କାଗୁଣ୍ଡ ସ୍ପ୍ରେ କରି ଫେରାର ହେବାରେ ସକ୍ଷମ ହୋଇଥିଲା ।