spot_img

Latest Posts

ରିମାଣ୍ଡରେ ଆସିବେ ଲଭ୍ ଜିହାଦର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସମୀର ମନସୁର

ଭୁବନେଶ୍ୱର: ରିମାଣ୍ଡରେ ଆସିବେ ଲଭ୍ ଜିହାଦର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସମୀର ମନସୁର । କାଶ୍ମୀରରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା ସମୀର ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ଥିବା ସନ୍ଦେହ କରୁଛି କମିଶନରେଟ ପୋଲିସ। ଜବତ ହୋଇଥିବା ଡିଜିଟାଲ ଡିଭାଇସ ବା ମୋବାଇଲରୁ ଏକାଧିକ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସମ୍ପର୍କରେ ତଥ୍ୟ ପାଇଛି କମିଶନରେଟ ପୋଲିସ। ଜଗତସିଂହପୁରର ପୀଡିତାଙ୍କ ବ୍ୟତୀତ ଯଦି ଓଡ଼ିଶାର ଅନ୍ୟ କୌଣସି ଯୁବତୀ ବା ମହିଳା ଏଭଳି ଠକେଇ ବା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି, ତେବେ ତୁରନ୍ତ ଥାନାରେ ଯୋଗାଯୋଗ କରିବାକୁ ପୋଲିସ କମିଶନର କହିଛନ୍ତି। ତାଙ୍କର ନାଁ ଓ ଠିକଣା ସମ୍ପୂର୍ଣ୍ଣ ରୂପେ ଗୋପନ ରଖାଯିବ।

ସେପଟେ କିଛି ଭିଡିଓ ସୋସିଆଲ ସାଇଟରେ ଅପଲୋଡ ହୋଇଥିବାରୁ ସେଗୁଡିକୁ ଡିଲିଟ କରିବାକୁ ଚିଠି ଲେଖିବ କମିଶନରେଟ ପୋଲିସ। ଆବଶ୍ୟକ ସ୍ଥଳେ ସମୀରଙ୍କ ପୈତୃକ ଘର ବିହାରର ପୂର୍ବ ଚମ୍ପାରନ ଜିଲ୍ଲା ଓ କାଶ୍ମୀରକୁ ଯାଇପାରେ କମିଶନରେଟ ପୋଲିସର ସ୍ପେଶାଲ ଟିମ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ।

Latest Posts

Don't Miss