ଜେଲରେ ବାହାଘର, ଅଭିଯୁକ୍ତକୁ ବାହାହେଲେ ଅଭିଯୋଗକାରିଣୀ

Accused Married Complainant In Choudwar Jail Cuttack

ଚୌଦ୍ୱାର: ନନା ପଢ଼ୁଛନ୍ତି ମନ୍ତ୍ର, ଚାଲିଛି ବାହାଘର । ଏ ବାହାଘର କୌଣସି ମନ୍ଦିର କି ବେଦୀର ହୋଇନି । ବରଂ ଜେଲ୍ ଭିତରେ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନବଦମ୍ପତି । ହୋମଅଗ୍ନିକୁ ସାକ୍ଷୀ ରଖି ହୋଇଛନ୍ତି ପତି ପତ୍ନୀ । ଏଭଳି ନିଆରା ବିବାହ କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାରରେ ଦ୍ୱିତୀୟ ଥର ପାଇଁ ହୋଇଛି । ଅଭିଯୁକ୍ତକୁ ଜେଲରେ ବାହା ହୋଇଛନ୍ତି ଅଭିଯୋଗକାରିଣୀ । ବାହାଘର ପରେ ନବଦମ୍ପତି ଘରକୁ ଯାଆନ୍ତି । କିନ୍ତୁ ଏଠି କନ୍ୟା ଫେରିଛି ଏକା ଏକା, ବର ଯାଇଛି ଜେଲ୍ ।

Accused Married Complainant In Choudwar Jail Cuttack

କଟକ ସଦର ଥାନା ଶଙ୍ଖତରାସ ଗାଁର ନରେଶ ଦାଶଙ୍କ ପୁଅ ନୃସିଂହ ସେହି ଗାଁର ରବି ଦାଶଙ୍କ ଝିଅ ପୂଜା ଦାଶଙ୍କୁ ଭଲ ପାଉଥିଲେ । ପୂଜାର ପରିବାର ଦୁହିଁଙ୍କ ସମ୍ପର୍କ ବିଷୟରେ ଜାଣି ଉଭୟଙ୍କର ବିବାହ କରାଇ ଦେବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ପୂଜାକୁ ବିବାହ କରିବା ପାଇଁ ନୃସିଂହ ସଫା ସଫା ମନା କରି ଦେଇଥିଲା । ଏହାକୁ ନେଇ ପୂଜାର ପରିବାର କଟକ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ନୃସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Accused Married Complainant In Choudwar Jail Cuttack

ଅଭିଯୁକ୍ତ ୨ ବର୍ଷ ସଜା ଭୋଗିବା ପରେ ପୂଜାକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲା । ପରିବାର ଲୋକେ ପୀଡ଼ିତାଙ୍କ ପରିବାର ସହିତ ଆଲୋଚନା କରି ଗାଁ ମୁରବିଙ୍କ ଜରିଆରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବିବାହ ପାଇଁ ମାନ୍ୟବର ଅଦାଲତ ଅନୁମତି ପ୍ରଦାନ କରିଥିଲ । ଚୌଦ୍ୱାର ଉଦ୍ଧାର ଫାଉଣ୍ଡେସନ ସହଯୋଗରେ ନୃସିଂହ ଓ ପୂଜାଙ୍କ ବିବାହ ଜେଲ୍ ପରିସରରେ ସମ୍ପନ୍ନ ହୋଇଛି । ବିବାହ ପରେ କନ୍ୟା ଘରକୁ ଫେରିଥିବା ବେଳେ ବର ନୃସିଂହ ଜେଲରେ ରହିଛି । ଆଉ ଗୋଟିଏ ତାରିଖ ପରେ ନୃସିଂହ ଖଲାସ ହେବେ ବୋଲି ଓକିଲ ସୂଚନା ଦେଇଛନ୍ତି ।

Leave a Reply