ରିମାଣ୍ଡରେ ଚକରା ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ

ଭୁବନେଶ୍ୱର:  ୫ ଦିନିଆ ରିମାଣ୍ଡରେ ଯାଇଛି ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ର  । ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି ଭୁବନେଶ୍ବର ଏସଡିଜେଏମ କୋର୍ଟ । ରାଜେଶକୁ ରିମାଣ୍ଡରେ ନେଇ ଖଣ୍ଡଗିରି ଥାନା ପୋଲିସ ପଚରାଉଚରା କରିବା ନେଇ ସୂଚନା ମିଳିଛି  । ସେପଟେ ରାଜେଶର ସହଯୋଗୀ ରବିନ ଶତପଥୀକୁ ମଧ୍ୟ ରିମାଣ୍ଡରେ ନେଇଛି ପୋଲିସ  ।

ଛିନତାଇ, ଲୁଟ, ଡକାୟତି ଓ ରବେରୀ ଭଳି ସଙ୍ଗୀନ ମାମଲାରେ ଜଡ଼ିତ ଅପରାଧି ରାଜେଶ  । ରାଜଧାନୀରେ ବିଭିନ୍ନ ସମୟରେ ରାହାଜାନୀ ଚଳାଇଥିଲା ରାଜେଶ  । କମିସନରେଟ ପୋଲିସ ରାଜେଶର ପରିବାରର ସମସ୍ତ ସଦସ୍ୟଙ୍କୁ ଗିରଫ କରିଥିଲା  । ସରେଣ୍ଡର ନଚେତ ଏନକାଉଣ୍ଟର ଭୟ ଘାରିଥିଲା ରେଜଶକୁ  । ଯାହାକୁ ନେଇ ସେ ଗତ ଗୁରୁବାର କୋର୍ଟରେ ଆତ୍ମସମର୍ପଣ କରିଥିଲା  ।

ରାଜେଶ ନାମରେ ବିଭିନ୍ନ ଥାନାରେ ୪୬ ଟି ଅପରାଧିକ ମାମଲା ରହିଛି  । ପୋଲିସ ରାଜେଶକୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା  । ରାଜେଶ ପୂର୍ବରୁ ନିଜ ଗାଙ୍ଗରେ ଏହି ଅପରାଧିକ କାର୍ଯ୍ୟକଳାପ ଘଟାଇ ଆସୁଥିବାବେଳେ ଏବେ ଚକରା ସହ ମିଶି ରଚୁଥିଲା ବିଭିନ୍ନ ପ୍ଲାନ  । ବରମୁଣ୍ଡା ପଡିଆରେ ଚକରା ସହ ମିଶି ଲୁଟ ପ୍ଲାନ କରୁଥିବାବେଳେ ପୋଲିସ କରିଥିଲା ଏନକାଉଣ୍ଟର  । ସେଦିନ ସେଠାରୁ ଫେରାର ହୋଇଯାଇଥିଲା ରାଜେଶ  ।