ବହୁଚର୍ଚ୍ଚିତ ବଚନସୁଧା ହତ୍ୟାକାଣ୍ଡ ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

Accuse Of Bachansudha Murder Case Sentenced Life Imprisonment By Khordha District Judge

ଭୁବନେଶ୍ୱର: ବହୁଚର୍ଚ୍ଚିତ ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଲେ କୋର୍ଟ । ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ରାୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ । ୨୦୧୩ ମସିହା ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବିଭତ୍ସ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ ଦୀପ୍ତି ରଞ୍ଜନ ପଟ୍ଟନାୟକ । ହତ୍ୟାକାରୀ ନାମରେ ୩୦୨, ୪୫୪, ୩୯୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା ।

Accuse Of Bachansudha Murder Case Sentenced Life Imprisonment By Khordha District Judge

୧୮ ଜଣ ସାକ୍ଷ୍ୟ, ପ୍ରମାଣ ସହ ଘଟଣାସ୍ଥଳରୁ ମିଳିଥିବା ୪୮ଟି ସାମଗ୍ରୀକୁ ଅନୁଧ୍ୟାନ କରି କୋର୍ଟ ହତ୍ୟାକାରୀ ଦୀପ୍ତିଙ୍କୁ ଆଜୀବନ କାରାଦଣ୍ଡ ସଜା ଦେଇଛନ୍ତି । ହତ୍ୟା ପଛରେ ଚୋରି କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସରକାରୀ ଓକିଲ କୋର୍ଟରେ ପ୍ରମାଣ ଦାଖଲ କରିଛନ୍ତି । ହତ୍ୟା ପରେ ବଚନସୁଧାଙ୍କ ସୁନା ଚେନକୁ ତାଙ୍କ ପ୍ରେମିକାକୁ ଗିଫ୍ଟ ଦେଇଥିଲା । ହତ୍ୟାକାଣ୍ଡର ୮ ବର୍ଷ ପରେ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

Accuse Of Bachansudha Murder Case Sentenced Life Imprisonment By Khordha District Judge

ଅନ୍ୟପଟେ ବିଚାର ପ୍ରକ୍ରିୟା ଉପରେ ସନ୍ତୁଷ୍ଟ ନଥିବାରୁ ଉପର କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଅଭିଯୁକ୍ତ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଓକିଲ କହିଛନ୍ତି । ଦୀପ୍ତିରଞ୍ଜନଙ୍କ ବିରୋଧରେ ସଠିକ ପ୍ରମାଣ ନଥିବା ସେ କହିଛନ୍ତି ।

Leave a Reply