ଆଗକୁ ଆସୁଛି ଭାରତର ସବୁଠୁ ଶସ୍ତା କରୋନା ଟିକା,ମୂଲ୍ୟ ହୋଇପାରେ ମାତ୍ର ୨୫୦ ଟଙ୍କା

1 min read

ଖୁବଶୀଘ୍ର ଦେଶରେ ଉପଲବ୍ଧ ହୋଇପାରେ ସବୁଠୁ ଶସ୍ତା ଭ୍ୟାକସିନ୍ । ଭ୍ୟାକସିନ ତିଆରି କ୍ଷେତ୍ରରେ ଭାରତ ଯେମିତି ପ୍ରସ୍ତୁତି ଆରମ୍ଭ କରୁଛି । ଆଶା କରାଯାଉଛି ଯେ ଭାରତ ଦ୍ୱାରା ନିର୍ମିତ ଦ୍ୱିତୀୟ ସ୍ୱଦେଶୀ ଟିକା ଲୋକଙ୍କ ଉପକାର କରିବ । ଟିକାର ଉପକାରିତା ସହ ଦେଶବାସୀଙ୍କୁ ସହଜରେ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେଲେ ଏହା ବିଶେଷ ଫଳପ୍ରଦ ହେବ ବୋଲି ଆଶା ରହିଛି । ହାଇଦ୍ରାବାଦର କଂମ୍ପାନୀ ବାୟୋଲୋଜିକାଲ-ଇ ର ଆଣ୍ଟି କରୋନା ଭାଇରସ ଭ୍ୟାକସିନ କୋରାବେଭେକ୍ସର କମ୍ ଦାମକୁ ନେଇ ଆଶା ସଂଚାର ହୋଇଛି । ବର୍ତ୍ତମାନ ଏହି ଭ୍ୟାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଏଯାଏଁ ମଂଜୁରୀ ମିଳିନାହିଁ । କିନ୍ତୁ କୁହାଯାଉଛି ଯେ ଏହି ଭ୍ୟାକସିନର ୨ଟି ଯାକ ଡୋଜର ଦାମ୍ ୫୦୦ଟଙ୍କା ହୋଇପାରେ । ତାଛଡା ଆଗକୁ ଭ୍ୟାକସିନର ଉପଲବ୍ଧିକୁ ଲକ୍ଷ୍ୟ କରି ଏହାର ଦାମକୁ ଶସ୍ତା କରାଯିବାର ସମ୍ଭାବନା ମଧ୍ୟ ରହିଛି । କେନ୍ଦ୍ରସରକାର ପୂର୍ବରୁ ହିଁ ଏହି ଭ୍ୟାକସିନର ୩୦କୋଟି ଡୋଜ୍ ୧୫୦୦ କୋଟି ଟଙ୍କାରେ ଅର୍ଡର ଦେଇସାରିଛନ୍ତି ।

ତେଣୁକରି ଟିକା ସଂମ୍ପୂର୍ଣ୍ଣ ରୂପେ କମ୍ ଦାମରେ ଉପଲବ୍ଧ ହେବାର ଖବର ସାଧାରଣ ଲୋକଙ୍କୁ ବି ଆଶ୍ୱସ୍ତି ଦେବ । ସାରା ବିଶ୍ୱରେ ଏହି କରାଳ ମହାମାରୀର ଆତଙ୍କ । ଯେଉଁ ଆତଙ୍କକୁ ନିୟନ୍ତ୍ରଣକୁ ଆଣିବାର ଚେଷ୍ଟାରେ ସମସ୍ତେ । ହେଲେ କରୋନାର ଦ୍ୱିତୀୟ ଲହର ସେହି ଚେଷ୍ଟାର ବାଧକ ସାଜୁଛି । ଭ୍ୟାକସିନ ତିଆରି କରି କରୋନାକୁ ଦୁର୍ବଳ କରିବା କାମରେ ସବୁ ଦେଶ । ଆଉ ଏହି ପ୍ରତିଯୋଗିତାରେ ଭାରତ ବି କିଛି କମ ନୁହେଁ । ବର୍ତମାନ ଭାରତ ୨ଟି ସ୍ୱଦେଶୀ ଟିକା ନିର୍ମାଣରେ ସଫଳତା ହାସଲ କରିଛି । ୨ୟ ସ୍ୱଦେଶୀ ଟିକାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ ସୂଚନା ଯେ ବାୟୋଲୋଜିକାଲ-ଇ ଦ୍ୱାରା ନିର୍ମିତ ଟିକା ୨ଟି ଡୋଜ ରେ ଉପଲବ୍ଧ ହେବ । ଏବଂ ଗୋଟିଏ ଡୋଜ ନେବାର ୨୮ଦିନ ପରେ ଆଉ ଏକ ଡୋଜ ନେଇପାରିବେ ।

ତେଣୁକରି ବର୍ତ୍ତମାନର ଭ୍ୟାକସିନ ଅଭାବର ସ୍ଥିତିକୁ ହୁଏତ ଏହି ୨ୟ ସ୍ୱଦେଶୀ ଟିକା କିଛି ମାତ୍ରରେ ସମାଧାନର ବାଟ କାଢିବ । ବାୟୋଲୋଜିକାଲ-ଇ ର ଏମଡି ମହିମା ଡାଟଲା ନିଜର ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି ଭ୍ୟାକସିନର ଦାମ କୁ ହୁଏତ ଧାର୍ଯ୍ୟ କରାଯାଇନାହିଁ । କିନ୍ତୁ ଆମର ଏହି ଭ୍ୟାକସିନ ଦେଶର ସବୁଠୁ ଶସ୍ତା ଭ୍ୟାକସିନ ରୂପେ ପରିଚୟ ପାଇବ । ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ନିର୍ମିତ କୋଭିସିଲ୍ଡ ଟିକା ରାଜ୍ୟସରକାରଙ୍କୁ ୩୦୦ ଓ ପ୍ରାଇଭେଟ୍ ହସ୍ପିଟାଲକୁ ୬୦୦ ଟଙ୍କା ପ୍ରତି ଡୋଜ ମିଳୁଛି । ତାସହ ଭାରତ ବାୟୋଟେକ୍ ର କୋଭାକ୍ସିନ ଟିକା ରାଜ୍ୟସରକାରଙ୍କୁ ୪୦୦ ଓ ପ୍ରାଇଭେଟ ହସ୍ପିଟାଲକୁ ୧୨୦୦ଟଙ୍କାରେ ମିଳୁଛି । ତେବେ ଆଶା ଯେ ଏହି ଭ୍ୟାକସିନ ସୁଲଭ ମୂଲ୍ୟରେ ଉପଲବ୍ଧ ହେଇପାରେ । କଂମ୍ପାନୀର ଏମଡିଙ୍କ କହିବା ଅନୁସାରେ ଅଗଷ୍ଟରୁ ପ୍ରତି ମାସ ୭ରୁ ୮ କୋଟି ଡୋଜ ନିର୍ମାଣ ହେବ । ଆଉ ଯଦି ଜୁଲାଇରେ ଏହାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଯାଉଛି ତେବେ ବହୁତ ମାତ୍ରାରେ ଟିକା ଅଭାବ ସମସ୍ୟାକୁ ଦୂର କରାଯାଇପାରିବ ।

Leave a Reply