ପାକିସ୍ତାନରେ ଭୁଲବଶତଃ ପଡ଼ିଥିଲା ଭାରତର ମିଜାଇଲ: ରାଜନାଥ ସିଂ
2 min readନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ମିଜାଇଲା ପଡ଼ିବା ଘଟଣାରେ ରାଜ୍ୟସଭାରେ ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ୯ ମାର୍ଚ୍ଚ ସନ୍ଧ୍ୟା ୭ଟା ସମୟରେ ମିଜାଇଲ ସିଷ୍ଟମର ଯାଞ୍ଚ ଚାଲୁଥିବା ସମୟରେ ଏହି ଅଘଟଣ ଘଟିଛି । ଭୁଲବଶତଃ ଏହି ମିଜାଇଲ ପାକିସ୍ତାନରେ ପଡ଼ିଥିଲା । ତେବେ ଏହି ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
I'd like to tell this House about an incident that occurred on 9th March 2022. It's related to an accidental missile release during the inspection. During routine maintenance and inspection of the missile unit, around 7 pm, one missile got accidentally released: Defence Min in RS pic.twitter.com/73c3UBCVuY
— ANI (@ANI) March 15, 2022
ତେବେ ଭାରତର ମିଜାଇଲ ପାକିସ୍ତାନରେ ପଡ଼ିବା ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଘଟଣାକୁ ଭାରତ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏଥି ସହ ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତେବେ ଏହି ଘଟଣାରେ ଯାଞ୍ଚ ପରେ କାହିଁକି ଏଭଳି ଏକ ଘଟଣା ଘଟିଲା ତା’ର ସଠିକ୍ କାରଣ ଜଣାପଡ଼ିବ । ତଦନ୍ତ ସମୟରେ ଯଦି କିଛି ଭୁଲ ଥିବା ଜଣାପଡ଼େ ତେବେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
We give highest priority to safety&security of our weapon system. If any shortcoming found in this context, it'll immediately be rectified. I'd like to assure the House that our missile system is highly reliable & safe. Our safety procedure & protocols are high level: Defence Min pic.twitter.com/4miUumF5Na
— ANI (@ANI) March 15, 2022
ରାଜନାଥ ସିଂ ରାଜ୍ୟସଭାର ବିବୃତ୍ତି ରଖିଥିବା ସୟରେ ସେ ଆହୁରି କହିଥିଲେ ଯେ ଅସ୍ତ୍ରଶସ୍ତ୍ର ଓ ମିସାଇଲ୍ ରକ୍ଷଣାବେକ୍ଷଣ ପାଇଁ ଥିବା SOPର ସମୀକ୍ଷା କରାଯିବ । ମୁଁ ଗୃହକୁ ନିଶ୍ଚିତ କରିପାରିବି ଯେ ଆମର କ୍ଷେପଣାସ୍ତ୍ର ବ୍ୟବସ୍ଥା ଅତ୍ୟନ୍ତ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ । ଏହା ସହ ଆମର ସୁରକ୍ଷା ପ୍ରଣାଳୀ ଏବଂ ପ୍ରୋଟୋକଲଗୁଡିକ ଏକ ଉଚ୍ଚ ମାନର ଏବଂ ସମୟ ସମୟରେ ଏହି ସବୁକୁ ସମୀକ୍ଷା କରାଯାଇଥାଏ । ଆମର ସୁରକ୍ଷା ବାହିନୀ ତାଲିମପ୍ରାପ୍ତ, ଶୃଙ୍ଖଳିତ ଏବଂ ଏହିପରି ସିଷ୍ଟମଗୁଡିକ ପରିଚାଳନା କରିବାରେ ଭଲ ଅଭିଜ୍ଞତା ରହିଛି ।
My Statement in Rajya Sabha. pic.twitter.com/zKHypKgNLX
— Rajnath Singh (मोदी का परिवार) (@rajnathsingh) March 15, 2022
ସୂଚନା ଅନୁସାରେ, ମାର୍ଚ୍ଚ ୯ ତାରିଖରେ ଏକ ବ୍ରହ୍ମୋସ ଭୁଲରେ ଫାୟାର ହୋଇଯାଇଥିଲା । ଯାହାଫଳରେ ଏହି ମିଜାଇଲଟି ନିୟନ୍ତ୍ରଣ ହରାଇ ପାକିସ୍ତାନର ୧୨୪ କିଲୋମିଟର ଭିତରେ ଯାଇ ପଡ଼ିଥିଲା । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା। ତେବେ ପାକିସ୍ତାନ ଭୟଭୀତ ହେବା ସହ ପ୍ରତିକ୍ରିୟା ରଖିଥିଲା। ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକିସ୍ତାନ ।