ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜ ଦ୍ଵାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା ଓ ପୁଅର ଜୀବନ । ୪୯ ନମ୍ବର ଜାତୀୟ ରାଜପଥ ଦ୍ଵାରଶୁଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକଙ୍କ ଦୁଇଜଣ ବହଳଦା ଥାନା ଅନ୍ତର୍ଗତ ଖେଜୁରୀତାଣ୍ଡି ଅଞ୍ଚଳର ଏମଡି ଲୁକେମନ୍ ଓ ପୁଅ ଏସକେ ସାହିଲ । ବାଇକଟି ରାଜପଥରେ ପଡିଥିବାବେଳେ ଦୁଇ ଜଣଙ୍କ ମୁଣ୍ଡ ଉପରେ ଅଜଣା ଗାଡ଼ି ଚଢ଼ି ଚାଲିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଶରୀର ରାସ୍ତା ଉପରେ ପଡିଥିବା ଦେଖି ବାଙ୍ଗିରିପୋଷି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଚଳାଇଛି ।