ଘନ କୁହୁଡି ଯୋଗୁଁ ସିରିଜ ଦୁର୍ଘଟଣା; ପଛକୁ ପଛ ପିଟିହେଲା ଗାଡ଼ି

1 min read

ଲକ୍ଷ୍ନୌ: ଘନ କୁହୁଡି ଯୋଗୁଁ ଉତ୍ତରପ୍ରଦେଶର ଆଗ୍ରା ଓ ଲକ୍ଷ୍ନୌ ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ଘନ କୁହୁଡି କାରଣରୁ ଆଗ୍ରା ଓ ଲକ୍ଷ୍ନୌ ଏକ୍ସପ୍ରେସରେ କଣ୍ଟେନର ବସ ସହିତ ଗୋଟେ ଗୋଟେ କରି ୬ଟି ଗାଡି ଲଗାତର ଧକ୍କା ହେବା ଫଳରେ ଘଟିଛି ଦୁର୍ଘଟଣା।

ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିବା ସହିତ ୨୪ ଜଣ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ୬ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି।। ସିରିଜ ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିଲା ।

घने कोहरे के बीच आगरा एक्सप्रेस-वे पर 3 बसें और दर्जनों गाड़ियां भिड़ीं, पेरीफेरल एक्सप्रेस-वे पर भी टकराए वाहन

ଘନ କୁହୁଡି ଯୋଗୁଁ  ଦୃଶ୍ୟମାନ କ୍ଷମତା ବହୁତ କମ୍ ରହିଛି । ଯାହା ଫଳରେ ରାସ୍ତାଘାଟ କିଛି ଦେଖାଯାଉନଥିଲା । ଏପରିକି ଟ୍ରେନ୍ ଏବଂ ବିମାନ ଚଳାଚଳ ସେବା ପ୍ରଭାବିତ ହୋଇଥିଲା।  କୁହୁଡ଼ି ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ରାସ୍ତା ଗାଡି ଚଳାଇବା ଏକପ୍ରକାର କଷ୍ଟକର ହୋଇପଡିଥିଲା ।

ସେହିପରି ବାଗପତରେ ଇଷ୍ଟର୍ଣ୍ଣ ପେରିଫେରଲ୍ ଏକ୍ସପ୍ରେସ ୱେ’ରେ ହୋଇଥିବା ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ଯାତ୍ରା କରୁଥିବା ପ୍ରାୟ ୧୩ ଯାତ୍ରୀ ଆହତ ହୋଇଥିଲେ। ତେବେ ଏହି ଲୋକମାନେ ପଞ୍ଜାବରୁ ବୃନ୍ଦାବନ ଅଭିମୁଖେ ଯାଉଥିଲେ। କମ୍ ଦୃଶ୍ୟମାନ କ୍ଷମତା ଯୋଗୁଁ ବସ-ଟ୍ରକ୍ ଧକ୍କା ହୋଇଥିଲା । ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା।

ଅପରପକ୍ଷେ ଘନ କୁହୁଡି ଯୋଗୁଁ ଯମୁନା ଏକ୍ସପ୍ରେସୱେରେ ମଧ୍ୟ ଦୁର୍ଘଟଣା ଘଟିଛି ।  କମ୍ ଦୃଶ୍ୟମାନ କ୍ଷମତା ଯୋଗୁଁ ବହୁ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲା । ଜେବର ଥାନା ଅଞ୍ଚଳର ଦୟାନତପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ପ୍ରାୟ ୧୨ ଗାଡି ପରସ୍ପର ସହ ମୁହାଁମୁହିଁ ହୋଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ନୋଏଡା ପୋଲିସ ।