ଟାଭେରା, ଅଟୋ ଓ ବାଇକ ମୁହାଁମୁହିଁ: ୨ ମୃତ, ୮ ଆହତ

1 min read

ପୁରୀ: ପୁରୀ-କୋଣାର୍କ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଲିଘାଇ ନିକଟସ୍ଥ ଘରୋଇ ଇଞ୍ଜିନିୟରିଂ କଲେଜ ନିକଟରେ ଟାଭେରା, ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୫ଜଣ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ୨ ଜଣ ହେଲେ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଆମୁଲୁ ଓ ପୁରୀ ଧୋବା ସାହିର ରାଜେଶ ।

ସୂଚନା ଅନୁସାରେ ବାଇକରେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ସ୍କୁଲକୁ ନେଇଥିବା ବେଳେ ହଠାତ ଚକ ଫାଟି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ସେ ଅଟୋ ସହ ଧକ୍କା ଦେଇଥିଲେ । ଏହି ସମୟରେ ପର୍ଯ୍ୟଟକଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଟାଭେରାଟି ସେମାନଙ୍କୁ ଧକ୍କା ଦେଇଥିଲା ।