spot_img

Latest Posts

ଭାରସାମ୍ୟ ହରାଇ ଘରେ ପଶିଗଲା ଭ୍ୟାନ୍‌, ୨ମୃତ ଓ ୪ ଆହତ

ନବରଙ୍ଗପୁର: ନବରଙ୍ଗପୁର ଦିଲ୍ଲାରେ ଅଭାବନୀୟ ଘଟଣା । ଘରେ ପଶିଗଲା ଭ୍ୟାନ୍‌, ଘଟଣା ସ୍ଥଳରେ ୨ ଶିଶୁ ମୃତ, ୪ ଆହତ । ସକାଳୁ ଘରେ ଥିବା ବେଳେ ହଠାତ୍ ପଶିଗଲା ପରିବା ବୋଝେଇ ଭ୍ୟାନ୍ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଝରାବାହାଲ ଗାଁରେ ଏକ ପିକ୍‌ଅପ୍‌ ଭ୍ୟାନ ଘରେ ପଶିଯାଇଛି । ଏଥିରେ ୨ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ୪ ଆହତ ହୋଇଛନ୍ତି  । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ ଝରାବାହାଲ ଗାଁର ଦୁଷ୍ମନ୍ତ ଜଗତ ପିକ୍ ଅପ୍‌ ଭ୍ୟାନରେ ପନି ପରିବା ନେଇ ହାଟକୁ ବାହାରିଥିଲେ । ସେହି ଗାଁ ମଧ୍ୟରେ ହିଁ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଡ୍ରେନ୍‌କୁ ଅତିକ୍ରମ କରି ରାସ୍ତା ଠାରୁ କିଛି ଦୁରରେ ଥିବା ଏକ ଘର ମଧ୍ୟକୁ ପଶିଯାଇଥିଲା। ସେହି ଘରର ବାରଣ୍ଡାରେ ଥିବା ପରିବାରର କିଛି ସଦସ୍ୟ ଗାଡି ଧକ୍କାରେ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ମଧ୍ୟରୁ ୩ ଜଣ ଶିଶୁଙ୍କୁ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଡାକ୍ତରଖାନାରେକୁ ପଠାଯାଇଛି। ଏହି ଦୁର୍ଘଟଣାରେ ୨ଶିଶୁ ପ୍ରାଣ ହରାଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି  । ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଛି।

Latest Posts

Don't Miss