spot_img

Latest Posts

ଆଖି ଲାଗିଯିବାରୁ ଗଛରେ ପିଟି ହୋଇଗଲା କାର, ବାପା ମୃତ ପୁଅ ଗୁରୁତର

କେନ୍ଦୁଝର: ସଡ଼କ ଦୁର୍ଘଟଣାରେ ପୁଅ ଆଗରେ ଚାଲିଗଲା ବାପାର ଜୀବନ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦୁବୁଲାପାଳ ଛକ ନିକଟରେ କାର ଦୁର୍ଘଟଣା ରେ ବାପା ମୃତ ଓ ପୁଅ ଆହତ। ରେଙ୍ଗାଳୀରୁ ନିଜ ବାସସ୍ଥାନକୁ କାରରେ ଠାକୁରମୁଣ୍ଡା କୁ ଯାଉଥିବା ସମୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଇଲେକ୍ଟ୍ରିକାଲ ଇଂଜିନିୟର ଥିଲେ ପୁରୁଷୋତ୍ତମ ନାୟକ ଓ ବାପା ଦୈତାରୀ ନାୟକ। ତେବେ ଭୋରରେ ପୁରୁଷୋତ୍ତମ ଙ୍କ ଆଖି ଲାଗିଯିବାରୁ କାରଟି ଏକ ଗଛରେ ବାଡେଇ ହୋଇଥିଲା। ବାପା ଦୈତାରୀ ଗୁରୁତର ଅବସ୍ଥାରେ ତେଲକୋଇରେ ପ୍ରାଥମିକ ଚିକିତ୍ସା ହେବା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ  ଯାଉଥିବା ବେଳେ ବାଟରେ ବାପା ଦୈତାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଆହତ ଅବସ୍ଥାରେ ଚିକିଶ୍ଚିତ ହେଉଛନ୍ତି।

Latest Posts

Don't Miss