spot_img

Latest Posts

ବିଳମ୍ବିତ ରାତିରେ ରୋଲରକୁ ପିଟିଲା ବୁଲେରୋ, ୩ ବର୍ଷ ପୁଅର ମୃତ୍ୟୁ, ପୁରା ପରିବାର ଗୁରୁତର

ଜଗତସିଂହପୁର କଟକ-ପାରାଦୀପ ରାସ୍ତାରେ ସଡକ ଦୁର୍ଘଟଣା। ଜଇପୁର ନିକଟ ଖଣ୍ଡତରୀରେ ରୋଲର୍‌କୁ ଧକ୍କା ଦେଲା ବୋଲେରୋ। ବୋଲୋରେ ଥିବା ଗୋଟିଏ ପରିବାରର ୩ବର୍ଷ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବଡ଼ ପୁଅ, ବାପା, ମାଆଙ୍କ ସମେତ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏରସମା କୋଠି ଗଙ୍ଗାଧରପୁର ଫେରୁଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରୋଲରକୁ ପିଟିବା ପରେ ପୁରା ବୁଲେରୋ ନଷ୍ଟ ହୋଇଯାଇଛି। ରାସ୍ତା କଡ଼ରେ ପୁରା ଭାଙ୍ଗି ଦବିଯାଇଛି। ସାନ ପୁଅକୁ ହରାଇ ଏବେ ପୁରା ପରିବାର ନିସ୍ତବ୍ଦ ହୋଇପଡ଼ିଛି।

Latest Posts

Don't Miss