କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌-୨’ର ସୁଟିଙ୍ଗ୍‌ ସେଟ୍‌ରେ ଅଘଟଣ, ୩ ମୃତ,୯ ଗୁରୁତର ଆହତ

1 min read

ଚେନ୍ନାଇ: ନିକଟରେ ‘ଇଣ୍ଡିଆନ୍‌-୨’ ଚଳଚ୍ଚିତ୍ରର ସୁଟିଙ୍ଗ୍‌ ସେଟ୍‌ରେ ଘଟିଛି ଅଘଟଣ । ବୁଧବାର ରାତିରେ ଏକ କ୍ରେନ୍‌ ଖସିପଡ଼ିବାରୁ ହୋଇଥିଲା ଅଘଟଣ । ତେବେ ଏଥିରେ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଓ ୯ ଜଣ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଥିବା ଜଣା ପଡିଛି । ସୁଟିଙ୍ଗ୍‌ ପାଇଁ ସେଟ୍‌ ପ୍ରସ୍ତୁତ କରାଯିବା ସମୟରେ ଏହି ଅଘଟଣ ଘଟିଥିଲା । ଏକ ଲାଇଟ୍‌ ସେଟ୍‌-ଅପ୍‌ ବନ୍ଧା ଯାଇଥିବା ଦଉଡ଼ିଟି ଛିଡ଼ି ଯାଇଥିଲା । ତେଣୁ ଏହା ଖସିପଡ଼ିବା କାରଣରୁ ଏହି ଅଘଟଣ ଘଟିଥିଲା ।

Image result for accident-in-indian-2-movie-shooting-set-3-dead-and-9-injured

ଏହି ଚଳଚିତ୍ରରେ କମଲ ହାସନଙ୍କୁ ଲିଡ୍ ରୋଲ୍ ଦିଆଯାଇଥିଲା । ତେବେ ଏଭଳି ଘଟଣା ଶୁଣି ସେ ମଧ୍ୟ କିଛି କ୍ଷଣ ସ୍ତବ୍ଧ ହୋଇଯାଇଥିଲେ ଓ ତୁରନ୍ତ ଘଟଣାସ୍ଥଳକୁ ଆସି ଉପସ୍ଥିତ ଲୋକମାନଙ୍କ ଭଲମନ୍ଦ ବୁଝିଥିଲେ । ଆହତମାନଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା ମଧ୍ୟ କରିଥିଲେ । ତେବେ ଘଟଣା ସମ୍ପର୍କରେ ଟ୍ୱିଟ୍ କରି ସେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମଧ୍ୟ କହିଛନ୍ତି ଯେ ଘଟଣାରେ ଜୀବନ ହାରିଥିବା ସହକର୍ମୀ ମାନଙ୍କ ପାଇଁ ତାଙ୍କ ମନ ଏମିତି ହେଉଛି ମାନେ ପରିବାର ବର୍ଗଙ୍କ ମନ କେତେ ବ୍ୟାକୁଳ ହେଉ ନଥିବ ।

Image result for indian 2 movie

ମିଳିଥିବା ସୂଚନା ଅନୁସାରେ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶଙ୍କରଙ୍କର ବ୍ୟକ୍ତିଗତ ସହଯୋଗୀ ୨୯ ବର୍ଷିୟ ମଧୁ, ସହକାରୀ ନିର୍ଦ୍ଦେଶକ ୩୪ ବର୍ଷିୟ କୃଷ୍ଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟ ମୃତ ବ୍ୟକ୍ତିଜଣଙ୍କର ପରିଚୟ ମିଳିନାହିଁ । ନିର୍ଦ୍ଦେଶକ ଶଙ୍କରଙ୍କର ଗୋଡ଼ ଭାଙ୍ଗିଥିବା ଶୁଣାଯାଇଥିଲେ ବି ତାହା ଗୁଜବ ବୋଲି ପରେ ଜଣାପଡ଼ିଲା ।

Leave a Reply