ରକ୍ତ ଜୁଡ଼ୁବୁଡ଼ୁ ହୋଇ ଆରପାରି ଗଲେ ଦୁଇ ଭାଇ

1 min read

ସକାଳୁ ସକାଳୁ ଦୁଇ ଭାଇ ବାଇକ୍ ଧରି ଘରୁ ବାହାରି ଆସିଥିଲେ । ହେଲେ ଏକ ଲୁହା ବୋଝେଇ ଟ୍ରକ୍ ଉଭୟଙ୍କୁ ଆରପାରିକୁ ପଠାଇଦେଲା ।ଝାରସୁଗୁଡା ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ୍‌ୱେ ଏସ୍‌ଏମ୍‌ସି ପ୍ଲାଣ୍ଟ ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି ।

ଏକ ଲୁହା ବୋଝେଇ ଟ୍ରକ୍‌ ଧକ୍କାରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି ତୁମ୍ଭେଇକେଲା ଗାଁର ସାନ୍ତନୁ ଭଇଁସା ଓ ତାଙ୍କ ସାନ ଭାଇ ଜଗନ୍ନାଥ ଭଇଁସା  । ଲୁହା ବୋଝେଇ ଟ୍ରକଟି ଝାରସୁଗୁଡାରୁ ଏସ୍‌ଏମ୍‌ସି ପ୍ଲାଣ୍ଟ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ବାଇକ୍‌ ଯୋଗେ ସାନ୍ତନୁ ଓ ଜଗନ୍ନାଥ ଆସୁଥିଲେ।

ଘଟଣାସ୍ଥଳରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଉତ୍ତ୍ୟକ୍ତ ଲୋକେ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଖବରପାଇ ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି । ପୋଲିସ୍‌ ୨ଭାଇଙ୍କ ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ବାଇକ୍‌କୁ ଜବତକରି ତଦନ୍ତ ଚଳାଇଛି  । ')}

Leave a Reply