ଅଟୋ ଉପରେ ଚଢ଼ିଗଲା ହାଇଓ୍ବା: ୫ ମୃତ, ଦୁଇ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ତେଲେନଡିହି ଟାଙ୍ଗରମୁଣ୍ଡା ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଅଟୋ ଉପରେ ହାଇଓ୍ବା ଚଢ଼ି ଯିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଜେସିବି ଲଗାଇ ଦୁଇ ଗାଡ଼ିକୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଦୁଇଟି ଯାକ ଗାଡ଼ି ପାଖ କ୍ଷେତକୁ ଧସି ଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ମୃତକମାନେ ଗୋଟିଏ ପରିବାରର । ମୃତକମାନେ ରିଜେଣ୍ଟ ମାର୍କେଟ ନିକଟ ବଗିଚାପଡ଼ା ଅଞ୍ଚଳର । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଅଛନ୍ତି । ପିକନିକ୍ କରିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିବାର କିଞ୍ଜିରକେଲା ପଟରୁ ଅଟୋରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇଓ୍ବାଟି ଧକ୍କା ଦେଇ ଅଟୋ ଉପରେ ଚଢ଼ି ଯାଇଥିଲା ।