ଧାନ ବୋଝେଇ ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ, ୨ମୃତ, ୧୫ଜଣ ଗୁରୁତର

ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମନା ପଟୁ ପିଟିଲା ତୀର୍ଥଯାତ୍ରୀ ବସ । ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ୧୫ଜଣ ଗୁରୁତର ଅଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଉତ୍ତରପ୍ରଦେଶ ଗୋରଖପୁରରୁ ତୀର୍ଥଯାତ୍ରୀ ଚାରିଧାନ ଯାତ୍ରାରେ ବାହାରିଥିଲେ । ଅଯୋଧ୍ୟାରୁ ପୁରୀ ଯାଉଥିବା ବେଳେ ୧୬ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ପୂର୍ବରୁ ଏକ ଧାନ ବୋଝେଇ ଟ୍ରକ ଜାତୀୟ ରାଜପଥ କଡରେ ଛିଡା ହୋଇଥିଲା । ତୀର୍ଥଯାତ୍ରୀ ବସଟି ଧାନ ବୋଝେଇ ଟ୍ରକର ସାମନା ପଟୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଶିକାର ତୀର୍ଥଯାତ୍ରୀଙ୍କୁ ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଥିଲା।

Leave a Reply