ଦେଖୁ ଦେଖୁ ମାଟିରେ ମିଶିଗଲେ ୫ ଯୁବକ

ଜୈସଲମର: ବିପଦ କେତେବେଳେ ମଧ୍ୟ ଆସିପାରେ । ସେ ସାମାନ୍ୟ ହୋଇପାରେ ବା ବଡ଼ ଧରଣର ମଧ୍ୟ ହୋଇପାରେ । ସେହିଭଳି ଏକ ଘଟଣା ଘଟିଛି ଜୈସଲମରରେ । ଯେଉଁଠାରେ ନାଳ ଉପରେ ଥିବା ଏକ ସ୍ଲାପ୍‌ ହଠାତ୍‌ ଭୁଷୁଡ଼ି ପଡ଼ିବାରୁ ୫ ଜଣ ଯୁବକ ନାଳ ମଧ୍ୟରେ ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି ।  କେବଳ ସେତିକି ନୁହେଁ ବରଂ ବୋଝ ଉପରେ ନଳିତା ବିଡ଼ା ଭଳି ବାଇକ୍‌ ମଧ୍ୟ ଲଦି ହୋଇଗଲା । ଭାଗ୍ୟ ଭଲଯେ, ନାଳ ଶୁଖିଲା ଥିଲା । ଯେଉଁଥିପାଇଁ ୫ ଜଣଙ୍କୁ କେବଳ ସାମାନ୍ୟ ଆଘାତ ପହଞ୍ଚିଛି ।

(୫ ଜଣ ଯୁବକ ଏକା ସାଙ୍ଗରେ ଛିଡ଼ା ହୋଇଥିବାର ଦୃଶ୍ୟ)

(ତଳକୁ ପଡ଼ିଯିବାର ଦୃଶ୍ୟ)

(ବାଇକ୍‌ ଲଦି ହୋଇଯିବାର ଦୃଶ୍ୟ)

ନିକଟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜୈସଲମରର ରେଳ ଷ୍ଟେସନ ନିକଟରେ ଥିବା ଏକ ଗ୍ୟାରେଜରେ ଏହି ଘଟଣା ଘଟିଛି । ନାଳ ଉପରେ ଥିବା ସ୍ଲାପ ଉପରେ ତିନି ଜଣ ଯୁବକ ସବୁଦିନ ଭଳି କାମ କରୁଥିଲେ । ଏହି ସମୟରେ ନିଜ ଗାଡ଼ିର ପଙ୍କଚର ଠିକ୍‌ କରିବା ପାଇଁ ପହଞ୍ଚିଲେ ଆଉ ଦୁଇ ଯୁବକ । କଥାବାର୍ତ୍ତା ହେବା ସମୟରେ ହଠାତ୍‌ ସ୍ଲାପଟି ତଳକୁ ଖସିପଡ଼ିଲା । ଦେଖୁ ଦେଖୁ ୫ ଜଣ ଯୁବକ ନାଳ ତଳକୁ ପଡ଼ିଗଲେ । ନାଳ ଶୁଖିଲା ଥିବାରୁ ଆପେ ଆପେ ସମସ୍ତେ ବାହାରକୁ ଆସିପାରିଲେ । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।