ବ୍ରିଜ୍ ତଳକୁ ଖସିଲା ସ୍କୁଟି, ୩ ମୃତ

ଜି.ଉଦୟଗିରି: ରାଇକିଆ ଥାନା ବୁଡ଼ାମାହା ନିକଟରେ ଦୁର୍ଘଟଣା। ବ୍ରିଜ୍ ତଳକୁ ଖସିଲା ସ୍କୁଟି। ଦୁର୍ଘଟଣାରେ ୩ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ସ୍କୁଟିରେ ୩ ଜଣ ପାବୁରିଆରୁ ରାଇକିଆ ଅଭିମୁଖେ ଯାତାୟତ କରୁଥିବା ବେଳେ ବୁଡାମାହା ପୋଲ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିନାହିଁ। ରାଇକିଆ ପୋଲିସ ଘଟଣାର ତଦନ୍ତ କରୁଛି।