ଅବୁ ସଲେମ ମାମଲାରେ କେନ୍ଦ୍ରକୁ ଏଭଳି କହିଲେ ସୁପ୍ରିମକୋର୍ଟ
1 min readନୂଆଦିଲ୍ଲୀ: ଅବୁ ସଲେମ ମାମଲାରେ କେନ୍ଦ୍ର ପର୍ତ୍ତୁଗାଲ୍ ସରକାରଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରା କରିବାକୁ ବାଧ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଫଳରେ ୧୯୯୩ରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ସରକାର ଅବୁ ସଲେମକୁ ୨୫ ବର୍ଷ ଜେଲ୍ ଦଣ୍ଡପରେ ମୁକ୍ତ କରିବେ ।
୨୦୦୨ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ ନେଇ ପର୍ତ୍ତୁଗାଲ୍ ସରକାରଙ୍କ ସହ ହୋଇଥିବା ବୁଝାମଣା ଅନୁସାରେ ଜେଲ୍ ଦଣ୍ଡାଦେଶ ଦେବାକୁ ସଲେମ ଏକ ଯାଚିକା ଦାୟର କରିଥିଲେ ।
SC clarifies that gangster Abu Salem cannot be released till 2030 but after completing his 25 years of detention period, the Central govt can advise the President regarding the extradition treaty between India and Portugal
— ANI (@ANI) July 11, 2022
ଜଷ୍ଟିସ୍ ଏସକେ କଲ୍ ଓ ଏମଏମ ସୁନ୍ଦରେଶ ପକ୍ଷରୁ କୁହାଯାଇଛି ଯେ, ପର୍ତ୍ତୁଗାଲ୍ ସହ ହୋଇଥିବା ବୁଝାମଣା ଅନୁସାରେ ସଲେମଙ୍କୁ ଛାଡିବାକୁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବାକୁ ବାଧ୍ୟ ।
୨୦୦୫ ମସିହାରେ ମୁମ୍ବାଇ ସିରିୟଲ୍ ବମ୍ ବିସ୍ଫୋରଣ ମାମଲାରେ ସଲେମଙ୍କୁ ଦୋଷୀ ସାବ୍ୟସ୍ତ ସହ ଦଣ୍ଡାଦେଶ ହୋଇଥିଲା । ଭାରତ ସରକାର ଦୀର୍ଘଦିନର ଚେଷ୍ଟା ପରେ ପର୍ତ୍ତୁଗାଲରୁ ସଲେମଙ୍କୁ ଫେରାଇ ଆଣିବାରେ ସଫଳ ହୋଇଥିଲେ । ଅପରପକ୍ଷେ ୨୦୧୫ରେ ସ୍ୱତନ୍ତ୍ର ଟାଡା କୋର୍ଟ ମୁମ୍ବାଇର ଜଣେ ବିଲ୍ଡର ପ୍ରଦୀପ ଜୈନଙ୍କ ହତ୍ୟା ମାମଲାରେ ସଲେମଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।
ସେହିପରି ସଲେମଙ୍କ ଏକ ମାମଲାକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ୨୦୩୦ ପୂର୍ବରୁ ତାଙ୍କୁ ମୁକ୍ତ କରାଯାଇପାରିବ ନାହିଁ ।