ଆବୁଧାବି ବିମାନ ବନ୍ଦର ନିକଟରେ ବିସ୍ଫୋରଣ: ୨ଭାରତୀୟ ନାଗରିକ ମୃତ

ଦୁବାଇ: ଆବୁଧାବି ବିମାନ ବନ୍ଦର ନିକଟରେ ବିସ୍ଫୋରଣ । ଡ୍ରୋନ ସାହାଯ୍ୟରେ ବିସ୍ଫୋରଣ କରାଯାଇଛି । ଏଥିରେ ଦୁଇ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଛି । ୟୁଏଇରେ ହୋଇଥିବା ଏହି ଆକ୍ରମଣ ପାଇଁ ୟେମନର ଇରାନ ସମର୍ଥିତ ହୁତୀ ବିଦ୍ରୋହୀ ନିଜକୁ ଦାୟୀ କରିଛନ୍ତି । ବିଦ୍ରୋହୀମାନେ ମୁସାଫ୍‌ଫ ଅଞ୍ଚଳରେ ଡ୍ରୋନ ସହାୟତାରେ ଆକ୍ରମଣ କରିଥିବା ଆବୁଧାବି ପୋଲିସ କହିଛି ।

ବିସ୍ଫୋରଣ ପରେ ନିଆଁ ଆବୁଧାବି ବିମାନ ବନ୍ଦର ପର୍ଯ୍ୟନ୍ତ ବ୍ୟାପିଥିଲା । ତିନୋଟି ତେଲ ଟ୍ୟାଙ୍କର ଉପରେ ବିସ୍ଫୋରଣ କରାଯାଇଥିଲା । ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଆବୁଧାବି ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂଆ ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା । ଏଥିରେ ବିମାନ ବନ୍ଦରର ବେଶି କ୍ଷତି ହୋଇ ନାହିଁ । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆକ୍ରମଣ ପୂର୍ବରୁ ଆକାଶରେ ଡ୍ରୋନ ଉଡୁଥିବା ଲୋକେ ଦେଖିଥିଲେ ।

ଏଥିସହିତ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ବଢ଼ୁଛି ବିଜେପି କନ୍ଦଳ: ମନ୍ତ୍ରୀ ହରକ ସିଂ ଦଳରୁ ବହିଷ୍କୃତ

Leave a Reply