କାହିଁକି ଫେଲ୍ ମାରିଲା ଶାହାଙ୍କ ମିଶନ ? କାମକଲାନି କି ଆର୍ଟିକିଲ ୩୭୦ ଉଚ୍ଛେଦ ନାରା

1 min read

ସଦ୍ୟ ସମାପ୍ତ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ଫଳ ଆଶାନୁରୂପକ ହୋଇନଥିବା ସମସ୍ତେ ଅନୁଭବ କରୁଛନ୍ତି । ତେବେ କାହିିଁକି ଫେଲ ମାରିଲା ଅମିତ ଶାହାଙ୍କ ଗଣିତ ? ମହାରାଷ୍ଟ୍ରରେ ମିଶନ ୨୦୦ ପ୍ଳସ୍‌ ଓ ହରିୟାଣାରେ ମିଶନ ୭୫ ପ୍ଳସ୍‌ଠୁ ଢ଼େର ପଛରେ ରହିଯାଇଛି ଦଳ । ଅନ୍ୟ ଦଳ ଅପେକ୍ଷା ଅଧିକା ସିଟ୍ ପାଇଛି, କିନ୍ତୁ ଛୁଇଁପାରିନି ମ୍ୟାଜିକ ନମ୍ବର । ଏଭଳିକି ପୂବାପେକ୍ଷା କମ୍ ସିଟ୍ ପାଇଛି  ବିଜେପି । ଏଣୁ ଉଭୟ ରାଜ୍ୟରେ ସରକାର ଗଠନ ଲାଗି ଦଳ ଅନ୍ୟମାନଙ୍କ ଉପରେ ଭରଷା କରିବାକୁ ପଡୁଛି । ଏଭଳି ସ୍ଥିତିରେ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ବିଜେପିକ ଷ୍ଟ୍ରାଟେଜିକୁ ନେଇ ଉଠିଛି ପ୍ରଶ୍ନ । ରାଷ୍ଟ୍ରବାଦକୁ ଗୁରତ୍ୱ ଦେଉଥିବାକୁ ବିଜେପି ପାଇଁ ଚଳିତ ନିର୍ବାଚନରେ କାମକରିନି ଆର୍ଟିକାଲ ୩୭୦ ଉଚ୍ଛେଦ ପ୍ରସଂଗ । ଇମୋସନାଲ୍‌ କାର୍ଡ ନୁହେଁ ବରଂ ବେରୋଜଗାର ଓ ସ୍ଥାନୀୟ ସମସ୍ୟାକୁ ଭୋଟର ଫୋକସ୍ କରିଥିବା କହିଛନ୍ତି ରାଜନୈତିକ ପଣ୍ଡିତ ।

ତେବେ ଉଭୟ ରାଜ୍ୟରେ ୩୭୦ ଉଚ୍ଛେଦ ନେଇ ଜୋରଦାର ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ତେବେ ନିର୍ବାଚନ ଫଳାଫଳ ଆଶାନୁରୂପ ନଥିଲା । ପୁଲଓ୍ୱାମା ଓ ଊରି ପ୍ରସଂଗ ଭଳି ଏଥର ନିର୍ବାଚନରେ ଆର୍ଟିକାଲ ୩୭୦ ଉଚ୍ଛେଦ ନେଇ ଦଳର ପ୍ରଚାର ସେତେଟା କାମ କରିନଥିବା ବିଶ୍ଳେଷକ ମତ ଦେଉଛନ୍ତି । ଅପରପକ୍ଷରେ ବିଜେପି ଆଶାନୁରୂପ ରେଜଲ୍ଟ ପାଇନଥିଲେ ମଧ୍ୟ ଫଳାଫଳ ସେତେଟା ଖରାପ ହୋଇନି ବୋଲି ମତଦେଇଛନ୍ତି ଦକ୍ଷିଣପନ୍ଥୀ ବିଷାରଦ । ତେବେ ଆଗକୁ ରାଷ୍ଟ୍ରବାଦ ଭଳି ପ୍ରସଂଗକୁ ନେଇ ବିଜେପି ଆଭିମୁଖ୍ୟ କ’ଣ ରହିବ ତାକୁ ଅନାଇଛନ୍ତି ରାଜନୀତିକ ପଣ୍ଡିତ ।

')}

Leave a Reply