ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା, ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କଲା କେନ୍ଦ୍ର
1 min readନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବା କରୋନା ଟିକା । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଔଷଧ କମ୍ପାନୀ ଓ ବରିଷ୍ଠ ଡାକ୍ତରଙ୍କ ସହ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏହି ନିଷ୍ପତି ନେଇଛନ୍ତି ।
Govt of India announces liberalised & accelerated Phase 3 strategy of COVID-19 vaccination from May 1; everyone above the age of 18 to be eligible to get vaccine pic.twitter.com/7G3WbgTDy8
— ANI (@ANI) April 19, 2021
କରୋନା ଟିକାକରଣକୁ ଅଧିକ ଗତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କୁ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ଦେଇଥିଲେ । ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ନବୀନଙ୍କ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଟିକା ଉତ୍ପାଦନକାରୀ ୫୦ ପ୍ରତିଶତ ଟିକା କେନ୍ଦ୍ରକୁ ଦେବେ ଓ ବାକି ଟିକା ରାଜ୍ୟ ସରକାରଙ୍କୁ ଓ ଖୋଲା ବଜାରରେ ବିକ୍ରି ପାଇଁ ଉପଲବ୍ଧ ।
Under Phase 3 of COVID vaccination strategy, vaccine manufacturers would supply 50% of their monthly Central Drugs Laboratory released doses to Govt of India & would be free to supply the remaining 50% doses to State Govts and in the open market: Govt of India
— ANI (@ANI) April 19, 2021
ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଦିନ ଟିକାକରଣକୁ ନେଇ ଏହି ବଡ଼ ଘୋଷଣା କରିଛନ୍ତି । ଏହା ସହିତ ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଔଷଧ କମ୍ପାନୀ ଓ ବରିଷ୍ଠ ଡାକ୍ତରଙ୍କ ସହ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି । ସେପଟେ କିନ୍ତୁ ଖୋଲା ବଜାରରେ ଉପଲବ୍ଧ ହେବାକୁ ଥିବା ଟିକାର ମୂଲ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର କରାଯିବା ନେଇ ସୂଚନା ମିଳିଛି ।