ଆରପାରିରେ ଅଭିନେତା ଅଭିଷେକ ଚାଟାର୍ଜୀ

Abhishek Chatterjee Bengali Actor Dies

କୋଲକାତା: ବଙ୍ଗାଳୀ ସିନେମାର ଜଣାଶୁଣା ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଦେହାନ୍ତ ହୋଇଛି । ବିଗତ କିଛିଦିନ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଅଭିଷେକ । ଅଭିଷେକ ଚାଟାର୍ଜୀ, ପ୍ରସନ୍ନଜିତ୍ ଚାଟାର୍ଜୀ ଓ ସନ୍ଧ୍ୟା ମୁଖାର୍ଜୀଙ୍କ ସହ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ । ଅଭିଷେକଙ୍କ ମୃତ୍ୟୁ ପରେ ସିନେମାଜଗତ ଦୁଃଖରେ ଭାଙ୍ଗି ପଡ଼ିଛି ।

Abhishek Chatterjee Bengali Actor Dies

କୋଲକାତାର ବରାନଗରରେ ଜନ୍ମ ହୋଇଥିବା ଅଭିଷେକ ୫୮ ବର୍ଷ ବୟସରେ ବିଦାୟ ନେଇଛନ୍ତି । ବିଗତ କିଛିଦିନ ହେଲା ସେ ମୃତ୍ୟୁ ସହିତ ଲଢ଼ୁଥିଲେ । ଅନେକ ଚେଷ୍ଟା ପରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଅଭିଷେକଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି ।

ଅଭିଷେକ ପଥଭୋଲ ସିନେମାରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଅଭିନୟ ସହ ପାଠପଢ଼ାରେ ବି ବେଶେ ପାରଙ୍ଗମ ଥିଲେ ଅଭିଷେକ । ସେ କୋଲକାତା ବିଶ୍ୱବିଦ୍ୟାଳୟର ଆନନ୍ଦରାମ ଜୟପୁରିଆ କଲେଜରୁ ଗ୍ରାଜୁଏଟ୍ ପାସ୍ କରିଥିଲେ ।