ଭିଡିଓ ସେୟାର କରି ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଲେ ଜୁନିୟର ବଚ୍ଚନ

1 min read

ମୁମ୍ବାଇ : କୋରାନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପି ଲକ୍ ଡାଉନ୍ କରାଯାଇଛି । ଏଭଳି ପରିସ୍ଥିତିରେ ଯାନବାହାନ ଚଳାଚଳଠାରୁ ଆରମ୍ଭ କରି ଦୋକାନ ବଜାର ଏବଂ ସ୍କୁଲ କଲେଜ ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିଛି । ଏଭଳି ପରିସ୍ଥିତିରେ କିଛି ବିଭାଗ ରହିଛି ଯାହା ଦିନରାତି ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି ।

Coronavirus in India: Lucknow doctor treating Covid-19 patients ...

ଏଥିମଧ୍ୟରେ ଡାକ୍ତର, ନର୍ସ, ଖାଦ୍ୟ ସାମଗ୍ରୀ, ପୋଲିସ, ସୁଇପର, ସାମ୍ବାଦିକ ଇତ୍ୟାଦି ଅନ୍ତର୍ଭୁକ୍ତ ଅଛନ୍ତି । ଏଭଳି ସଙ୍କଟ ପରିସ୍ଥିତିରେ ସେବା ଯୋଗାଉଥିବାରୁ ବିଭିନ୍ନ ବର୍ଗର ଲୋକମାନେ ଏମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଥିବା ଦେଖିବାକୁ ମିଳୁଛି । ଏଭଳି ସମୟରେ ଅଭିନେତା ଅଭିଷେକ ବଚ୍ଚନ ଏକ ଭିଡିଓ ସେୟାର କରି ଏମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।


ଏହି ଭିଡିଓରେ, ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀ ଅଥବା ଯେଉଁମାନଙ୍କ ବିନା କୌଣସି କାମ ହୋଇନଥାଏ ସେ ସମସ୍ତଙ୍କର ଏକ ସ୍କେଚ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ଡାକ୍ତର, ନର୍ସ, ପୋଲିସ, ସୁଇପର, ସାମ୍ବାଦିକ, ସୈନିକ, ଡେଲିଭରି ବୟ, ସାନିଟାରୀ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, କାରଖାନା କର୍ମଚାରୀ, ୟୁଟିଲିଟି କର୍ମଚାରୀ ସାମିଲ ଅଛନ୍ତି ।


ଅଭିଷେକ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ମହାମାରୀ ସମୟରେ ମଧ୍ୟ ଲୋକଙ୍କ ସେବାରେ ନିୟୋଜିତ ଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଲୋକମାନେ ତାଙ୍କର ଏହି ଭିଡିଓକୁ ପସନ୍ଦ ମଧ୍ୟ କରିଛନ୍ତି । କିଛି ଲୋକ ଅଭିଷେକଙ୍କ ଏହି ଭିଡିଓକୁ ପ୍ରଶଂସା କରିଥିବାବେଳେ କେତେକ ପ୍ରଶ୍ନ କରିଛନ୍ତି ଯେ କୃଷକମାନଙ୍କୁ କାହିଂକି ଏଥିରେ ସାମିଲ କରାଯାଇନାହିଁ ।

ଦେଶର ଏଭଳି ସଙ୍କଟ ସମୟରେ ପ୍ରତ୍ୟେକ ବଲିଉଡ୍ ତାରକା ଲୋକଙ୍କୁ କରୋନା ଭାଇରସ୍ ନେଇ ସଚେତନ କରାଉଥିବା ଦେଖିବାକୁ ମିଳୁଛି । ଭିଡିଓ କିମ୍ବା ବାର୍ତ୍ତା ମାଧ୍ୟମରେ ଲୋକମାନେ କିଭଳି ସାମାଜିକ ଦୂରତା ରକ୍ଷା କରିବେ, କିଭଳି ହାତ ଧୋଇବା ଏବଂ କିଭଳି ସାନିଟାଇଜର ବ୍ୟବହାର କରିବେ ସେମାନଙ୍କୁ ସଚେତନ କରାଉଛନ୍ତି ।

https://www.facebook.com/nandighoshatv/videos/149080723166785/

Leave a Reply