ଜାନୁଆରୀ ୨ରୁ କ୍ରୀଡ଼ା ସମ୍ବନ୍ଧୀୟ ଫିଜିଓଥେରାପି ଏବଂ ଆନୁସଙ୍ଗିକ ପାଠପଢ଼ା

1 min read
Abhinav Bindra Sports Medicine & Research Institute to Start In Bhubaneswar

ଭୁବନେଶ୍ୱର: ଦେଶର ପ୍ରମୁଖ ସ୍ପୋର୍ଟ୍ସ ଡେଷ୍ଟିନେସନର ମାନ୍ୟତା ପାଇଥିବା ବେଳେ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି ଓଡ଼ିଶା । ଭୁବନେଶ୍ୱରରେ ନିର୍ମାଣ ହୋଇଛି ଭାରତର ପ୍ରଥମ ତଥା ଏକମାତ୍ର ଅଭିନବ ବିନ୍ଦ୍ରା ସ୍ପୋର୍ଟ୍ସ ମେଡିସିନ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ । ଫିଜିଓଥେରାପି ଏବଂ ସ୍ପୋର୍ଟସ ସାଇନ୍ସରେ ଅଗ୍ରଣୀ ଭୂମିକା ନେବ ଏହି ପ୍ରତିଷ୍ଠାନ । ଜାନୁଆରି ୨ ତାରିଖରେ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଏଠାରେ ଆରମ୍ଭ ହେବ ପାଠପଢ଼ା ।

Abhinav Bindra Sports Medicine & Research Institute to Start In Bhubaneswar

ଫିଜିଓଥେରାପିରେ ଆସିବ ଉନ୍ନତି । ସ୍ପୋର୍ଟସ ସାଇନ୍ସରେ ମିଳିବ ସଫଳତା । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବଢ଼ିବ ଆଗ୍ରହ । ଏହି ଉଦ୍ଦେଶ୍ୟ ନେଇ ଭୁବନେଶ୍ୱର ପାହାଳ ନିକଟରେରେ ନିର୍ମାଣ ହୋଇଛି ଭାରତର ପ୍ରଥମ ଓ ଏକମାତ୍ର ଅଭିନଭ ବିନ୍ଦ୍ରା ସ୍ପୋର୍ଟ୍ସ ମେଡିସିନ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ । କ୍ରୀଡ଼ା ସମ୍ବନ୍ଧୀୟ ଫିଜିଓଥେରାପି ଏବଂ ଆନୁସଙ୍ଗିକ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ । ଏହାଦ୍ୱାର ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସ ଅନୁରୂପ ଫିଜିଓଥେରାପି ବା ଭୌତିକ ଚିକିତ୍ସା ଏବଂ କ୍ରୀଡ଼ା ବିଜ୍ଞାନ ସହିତ ଭାରତୀୟ ସ୍ପୋର୍ଟ୍ସ ଇକୋ ସିଷ୍ଟମକୁ ସଶକ୍ତ କରିବାରେ ଏହା ପ୍ରମୁଖ ଭୂମିକା ନେବ ବୋଲି ଆଶା କରାଯାଉଛି ।

Abhinav Bindra Sports Medicine & Research Institute to Start In Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ପ୍ରତିବନ୍ଧିକ ଏହି ପ୍ରତିଷ୍ଠାନ ଗତ ନଭେମ୍ବର ୨୭ ତାରିଖରେ ଉଦଘାଟିତ ହୋଇଥିଲା । ଜାନୁଆରୀ ୨ ତାରିଖରୁ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ପାଠପଢ଼ା ଆରମ୍ଭ ହେବ । ବ୍ୟାଚଲର କୋର୍ସରେ ୬୦ଟି ଓ ମାଷ୍ଟର ଡିଗ୍ରୀ ପାଇଁ ଏଠାରେ ୮୦ଟି ସିଟ୍ ରହିଥିବା ବେଳେ ଅନେକ ଛାଚ୍ରଛାତ୍ରୀ ନାମ ଲେଖାଇ ସାରିଲେଣି । ବ୍ୟାଚଲର କୋର୍ସର ସମୟ ସୀମା ୪ ବର୍ଷ ରହିଥିବା ବେଳେ ମାଷ୍ଟର ଡିଗ୍ରୀ ପାଇଁ ୨ ବର୍ଷ ରହିଛି । ଏଥିରେ ଅସ୍ଥି ବିଜ୍ଞାନ, ସ୍ନାୟୁ ବିଜ୍ଞାନ ଏବଂ କାର୍ଡିଓ-ପୁଲ୍‌ମୋନାରି ବିଜ୍ଞାନ ପାଇଁ ଉଦ୍ଦିଷ୍ଟ ବିଶ୍ୱର ଶ୍ରେଷ୍ଠ ଲ୍ୟାବଗୁଡ଼ିକୁ ସ୍ଥାନିତ କରାଯାଇଛି । ଏହା ଛଡ଼ା ଭାରତ ଏବଂ ବିଶ୍ୱର ଅନେକ ବିଶେଷଜ୍ଞ ଏହାର ଗେଷ୍ଟ ଫାକଲ୍ଟି ରହିବେ ।

Leave a Reply