ଲୋକଙ୍କୁ ଟଙ୍କା ବାଣ୍ଟି ଆକ୍ରୋଶର ଶିକାର ହେଲେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର କରଞ୍ଜମାଳ ପଞ୍ଚାୟତରେ ଲୋକଙ୍କୁ ଟଙ୍କା ବାଣ୍ଟି ଆକ୍ରୋଶର ଶିକାର ହେଲେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଆଜି ପ୍ରଚାର ସମୟର ଅବଧି ଶେଷ ହେବା ପରେ ବିଜେପିର ଏହି ଯୁବ ନେତା କିଛି ସହଯୋଗୀଙ୍କୁ ଧରି କରଞ୍ଜମାଳ ପଂଚାୟତରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟିବାକୁ ପହଞ୍ଚିଥିଲେ। ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା ଓ  ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀ। ଏଥିରେ ଉତକ୍ଷିପ୍ତ ହୋଇ  ଅଭିଳାଷ ପଣ୍ଡା  ଓ ତାଙ୍କ ସହଯୋଗୀ ବିଜେଡି କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ବିଜେପି କର୍ମୀ ଆଖିବୁଜା ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏଥିରେ ବିଜେଡି ନେତା ରମେଶ ନାୟକ ଓ ତାଙ୍କ ଭାଇ ଅକ୍ଷୟ ନାୟକ ଗୁରୁତର ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ତଦନ୍ତ ଚାଲୁ ରଖିଛି।