ଧୋତି ପିନ୍ଧି ନୋବେଲ୍ ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ
1 min readସ୍ୱିଡେନ୍: ବିଦେଶରେ ଭାରତୀୟ ସଂସ୍କୃତି । ଧୋତି ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ । ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ ଅର୍ଥନୀତି ପାଇଁ ନୋବେଲ ଗ୍ରହଣ କରିଛନ୍ତି ।ଆମେରିକାରେ ରହୁଥିଲେ ବି ସେ ଭାରତର ପରମ୍ପରା ସଂସ୍କୃତିକୁ ଭୁଲିନାହାନ୍ତି । ଅନ୍ତର୍ଜାତୀୟ ମଞ୍ଚରେ ଭାରତର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି । ଭାରତୀୟ ପରମ୍ପରାକୁ ସମ୍ମାନ ଜଣାଇ ଅଭିଜିତ୍ ଧୋତି ପିନ୍ଧିବା ସହ ତାଙ୍କ ପତ୍ନୀ ଅସ୍ଥର ଡୁଫ୍ଲୋ ଶାଢ଼ି ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି ।
ବିଦେଶରେ ରହି ଭାରତୀୟ ସଂସ୍କୃତିକୁ ମନେ ରଖିବା ଓ ପାଳନ କରିବା ପାଇଁ ଉଭୟଙ୍କୁ ସବୁଠି ପ୍ରଂଶସା କରାଯାଉଛି । ଅର୍ଥନୈତିକ ବିଜ୍ଞାନରେ ଗ୍ଲୋବାଲ ପଭର୍ଟି ଉପରେ ଗବେଷଣା ପାଇଁ ଭାରତୀୟ ବଂଶୋଦଦ୍ଭବ ଅଭିଜିତ୍ ବାନାର୍ଜୀଙ୍କ ସହ ଏସ୍ଥର ଡୁଫ୍ଲୋ ଓ ମାଇକେଲ କ୍ରେମରଙ୍କୁ ନୋବେଲ ପୁରସ୍କାର ମିଳିଛି ।
Watch Abhijit Banerjee, Esther Duflo and Michael Kremer receive their medals and diplomas at the #NobelPrize award ceremony today. Congratulations!
They were awarded the 2019 Prize in Economic Sciences “for their experimental approach to alleviating global poverty.” pic.twitter.com/c3ltP7EXcF
— The Nobel Prize (@NobelPrize) December 10, 2019