କଟକ ଭିଜିଲାନ୍‌ସ ମୁଖ୍ୟାଳୟରେ ଅଭୟକାନ୍ତ ପାଠକଙ୍କୁ ମାରାଥନ ଜେରା

କଟକ:  ଖୋଲୁଛି ପାଠକ ବାପପୁଅଙ୍କ କଳାଧନ ପେଡ଼ି । ଅମାପ ସମ୍ପତ୍ତିର ଖୋଳତାଡ଼ ପାଇଁ ପାଠକ ବାପପୁଅଙ୍କୁ ୩ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି  ଭିଜିଲାନ୍‌ସ ଏସ୍‌ଆଇଟି । ଅଭୟକାନ୍ତ ଓ ପୁଅ ଆକାଶଙ୍କୁ ପୃଥକ ପୃଥକ ଜେରା ହେବ। ଏବେ ଅଭୟ ପାଠକଙ୍କୁ ଜେରା କରାଯାଉଛି । ୧୦ ଜଣିଆ ଭିଜିଲାନ୍ସ ଅଫିସରଙ୍କୁ ନେଇ ଦୁଇଟି ଟିମ ବାପ ପୁଅଙ୍କୁ କରିବ ପଚରା ଉଚରା। ଗତ କାଲି ରାତିରୁ ପଚରାଉଚରା ଆରମ୍ଭ ହୋଇଥିବା ବେଳେ ଭିଜିଲାନ୍ସ ଏସ୍ପି ମଧ୍ୟ ଆଜି କରିପାରନ୍ତି ମାରାଥନ ଜେରା ।

Abhayakant was remanded in custody for three days by SIT

ଗତକାଲି ଝାରପଡା ଜେଲରୁ କଟକ ଭିଜିଲାନ୍‌ସ ମୁଖ୍ୟାଳୟକୁ ନିଆଯାଇ ଜେରା ହୋଇଥିଲା । ଆଜି ପୁଣି ଜେରା ଆରମ୍ଭ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଆର୍ଥିକ ଅନିୟମିତତା ନେଇ ଭିଜିଲାନ୍‌ସ ହାତରେ ପ୍ରମାଣ ଲାଗିଛି । ରିମାଣ୍ଡ ବେଳେ ଏନେଇ ଗୁଡ଼େଇ ତୁଡ଼େଇ ପଚରାଉଚରା କରାଯାଉଛି । ଆାକାଶଙ୍କ ୩ଟି ଆକାଉଣ୍ଟରେ ୧୪କୋଟିରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି । ଏହାର ଖୋଳତାଡ କରିବ ଏସଆଇଟି ।

Odisha Vigilance Recommends IT, ED To Investigate Akash Pathak Bank Accounts Transaction  

ପୁଅ ଆକାଶଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ଭିଜିଲାନ୍‌ସ ଅଧିକାରୀ ଅଭୟକାନ୍ତଙ୍କୁ ପଚାରିଥିଲେ । ତେବେ ତଦନ୍ତକାରୀ ଅଧିକାରୀଙ୍କୁ ମିଛ କହିଥିଲେ ଅଭୟ । ଜମି ବିକ୍ରି ଟଙ୍କା ସେ ପୁଅ ଆକାଶଙ୍କ ଆକାଉଣ୍ଟରେ ଜମା ରଖିଥିଲେ ବୋଲି କହିଥିଲେ । କିନ୍ତୁ ଭିଜିଲାନ୍ସ ଟିମ୍ ତଦନ୍ତ କରିବା ପରେ ଅଭୟଙ୍କର କୌଣସି ଜମି ନିକଟରେ ବିକ୍ରି ହୋଇନଥିବା ଜାଣିବାକୁ ପାଇଛି ।

Leave a Reply