spot_img

Latest Posts

ମାସ୍କ ପାଇଁ ଫାଇନ୍ ୨୦୦୦ ହଜାର, ମାଗୁଥିଲେ ୫୦୦: ନିୟମ ପଚାରିବାରୁ ଯୁବକଙ୍କୁ ନିର୍ଦ୍ଧୁମ ପିଟିଲେ ପୋଲିସ ବାବୁ

ଭଦ୍ରକ: ପୁଣି ସାମ୍ନାକୁ ଆସିଛି ପୋଲିସ ବାବୁଙ୍କ ଦାଦାଗିରି । ଭଦ୍ରକର ଆରଡି ପୋଲିସ ଫାଣ୍ଡି ପରିସରରେ କିଛି ପୋଲିସ ବାବୁ ଖାକିର ଗରମ ଦେଖାଉଥିବା ଦେଖିବାକୁ ମିଳିଛି । ଆଉ ଏହି ଘଟଣାର ଏକ ଭିଡିଓ ସୋସିଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଥାନା ବାବୁ ଜଣଙ୍କ ମାସ୍କ ପିନ୍ଧିନଥିବା ଅଭିଯୋଗରେ କିଛି ଲୋକଙ୍କ ଠାରୁ ଫାଇନ୍ ଆଦାୟ କରୁଥିଲେ । ଫାଇନ୍ ଆଦାୟ ସମୟରେ ଜଣେ ମହିଳା ଜଣଙ୍କ ସେ ଓ ତାଙ୍କ ପରିବାର ସଦସ୍ୟ ମାସ୍କ ପିନ୍ଧିଥିବେ ନେଇ ଯୁକ୍ତି ବାଢ଼ିଥିଲେ । ଏଣୁ ସେ ଫାଇନ୍ ଦେବେ ନାହିଁ । ସେ ମାସ୍କ ପରିଧାନର ଆବଶ୍ୟକତା ନେଇ ସମ୍ପୂର୍ଣ୍ଣ ସଚେତନ ଥିବା କହିଛନ୍ତି । ଅପରପକ୍ଷପକ୍ଷରେ ଥାନା ଅଧିକାରୀ ଜଣଙ୍କ ମାସ୍କ ପିନ୍ଧି ନଥିବା ନେଇ ଯୁକ୍ତି ବାଢ଼ିବା ସହ ଫାଇନ୍ ଦେବାକୁ କହିଥିଲେ । ଏହି ସମୟରେ ସେଠାରେ ଜଣେ ଯୁବକ ମାସ୍କ ଚେକିଂ ସମ୍ପର୍କିତ ନିୟମ ପଚାରିବା ସହ ମୋବାଇଲରେ ଭିଡିଓ ସୁଟିଂ ଆରମ୍ଭ କରିଥିଲେ । ଏଥିରେ ଥାନା ବାବୁ ଜଣଙ୍କ ଅତି ଉତ୍‌କ୍ଷୀପ୍ତ ହୋଇଯାଇଥିଲେ  ଏବଂ ଯୁବକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ  । ଏହି ସମୟରେ ଯୁବକ ଜଣଙ୍କ ସେଠାରୁ ପଳେଇ ଯିବାକୁ ଚେଷ୍ଟା କରିଥିଲେ ଆଉ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ପୋଲିସ କର୍ମଚାରୀ ତାଙ୍କୁ ମାଡ଼ିବସି ଧରିଥିଲେ । ଏବଂ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଭାଇରାଲ୍ ହୋଇଥିବା ଭିଡିଓଟି ଶନିବାରର । ତେବେ ନୂଆ ନିୟମ ଅନୁଯାୟୀ ଏଣିକି ମାସ୍କ ପିରଧାନ କରିନଥିଲେ ୨୦୦୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । କିନ୍ତୁ ଭିଡିଓରେ ପୋଲିସ ଅଧିକାରୀ ଜଣଙ୍କ ୫୦୦ ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି । ଲୋକଙ୍କୁ ସତର୍କ ଓ ସଚେତନ କରିବା ଉଦ୍ଦେଶ୍ୟରେ ଜରିମାନା ରାଶିରେ ବୃଦ୍ଧି କରାଯାଇଛି । ଏଭଳି ସମୟରେ ଥାନା ବାବୁ ଜଣଙ୍କ କେଉଁ ଉଦ୍ଦେଶ୍ୟରେ ୫୦୦ ଟଙ୍କା ମାଗୁଥିଲେ ତାହା ଏବେ ପ୍ରଶ୍ନ ଘେରରେ ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ୧୪ ଦିନ ମାସ୍କ ଅଭିଯାନ, ନ ପିନ୍ଧିଲେ ୨ ଗୁଣ ଜରିମାନା ଆଦାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଘଟଣାନୁଯାୟୀ, ବେତାଳି ଗାଁଏର ପରିବାରଙ୍କ ସହ ରହୁଥିବା ଶୁଭରଞ୍ଜନ ମେକାପ ନାମକ ଯୁବକ ଘର ଯାଜପୁର ଜିଲା ମଙ୍ଗଳପୁର ଥାନା ଅଧିନସ୍ଥ ଅରଦାଳୁଆ ଗାଁର, ସେ ଶନିବାର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଆରଡି ଫାଣ୍ଡି ନିକଟରେ ପୋଲିସ ମାସ୍କ ଚେକିଂ କରୁଥିଲା। ଫାଇନ୍ ଆଦାୟ ବେଳେ ଫାଣ୍ଡି ବାବୁଙ୍କ ସହ ଯୁକ୍ତିତର୍କ ହୋଇଥିବା ଯୁବକ ଜଣଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ କରିବା ସହ  ପୋଲିସ ତାଙ୍କୁ ଗିରଫ କରିଛି । ତେବେ ବଡ କଥା ହେଲା ନିଜେ ପୋଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିଥିବା ବେଳେ ଫାଣ୍ଡି ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଥିବା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ।

Latest Posts

Don't Miss