spot_img

Latest Posts

ଅମିତ ଶାହଙ୍କ ଘର ସମ୍ମୁଖରେ ବିକ୍ଷୋଭ; ରାଘବ ଚଢ଼ାଙ୍କ ସମେତ ଆପର ଅନ୍ୟ ସଦସ୍ୟ ଅଟକ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଆମ୍ ଆଦମୀ ପାର୍ଟି ଓ ଦିଲ୍ଲୀ ପୋଲିସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏଭଳି ସମୟରେ ଆଜି ଦିଲ୍ଲୀ ପୋଲିସ ଏବଂ ଆପ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଥିବା ଆମ୍ ଆଦମୀ ପାର୍ଟିର ୩ଜଣ ବିଧାୟକଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ହେଲେ ବିଧାୟକ ରୁତୁରାଜ ଗୋବିନ୍ଦ, ରାଘବ ଚଢ଼ା, କୁଲଦୀପ କୁମାର ଏବଂ ସଞ୍ଜୀବଙ୍କୁ ପୋଲିସ ଗିରଫ କରିଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି ।

ସେପଟେ ଆପ୍ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଦିଲ୍ଲୀ ପୋଲିସ ଅସ୍ୱୀକାର କରିବା ସହ କହିଛି ଯେ ବିଧାୟକମାନଙ୍କୁ ଗିରଫ କରାଯାଇନାହିଁ । ସେମାନେ ୧୪୪ ଧାରା ଜାରି ହୋଇଥିବା ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଥିବା ଜଣାପଡ଼ିଥିଲା । ତେଣୁ ସେମାନଙ୍କୁ ଥାନାକୁ ନିଆଯାଇ ପଚରାଉଚରା କରାଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି ।

ଦିଲ୍ଲୀ ନଗର ନିଗମରେ ହୋଇଥିବା ୨୪୫୭ କୋଟି ଟଙ୍କାର ହେର୍‌ଫେର୍ ମାମଲାକୁ ନେଇ ଆମ୍‌ ଆଦମୀ ପାର୍ଟିର ବିଧାୟକମାନେ ଶାହଙ୍କ ଘର ଆଗରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଥିଲେ ବୋଲି ଜଣାପଡିଛି। ତେବେ ବିଧାୟକ ମାନଙ୍କୁ ଗିରଫ କରାଯିବା ପ୍ରତିବାଦରେ ଆପ୍ ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି ।

 

Latest Posts

Don't Miss