spot_img

Latest Posts

ପଞ୍ଜାବରୁ AAP ପଠାଇବ ୫ ସଦସ୍ୟ: ରାଜ୍ୟସଭା ଯିବେ ହରଭଜନ, ରାଘବ ଚଢା

ନୂଆଦିଲ୍ଲୀ: ପଞ୍ଜାବରେ ଆମ ଆଦମୀ ପାର୍ଟିର ବୃହତ ବିଜୟ ପରେ ରାଜ୍ୟସଭାକୁ ପାଞ୍ଚ ସଦସ୍ୟ ପଠାଇବାର ସୁଯୋଗ ପାଇଛି ଦଳ  । ଆଜି ଦଳର ହାଇକମାଣ୍ଡ ତଥା ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅନୁମୋଦନ  କ୍ରମେ ପାଞ୍ଚ ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି  । ଏହି ତାଲିକାରେ କ୍ରିକେଟର ହରଭଜନ ସିଂ, ଦିଲ୍ଲୀରୁ ବିଧାୟକ ହୋଇଥିବା ରାଘବ ଚଢା, ଆଇଆଇଟି ଦିଲ୍ଲୀର ଆସୋସିଏଟ ପ୍ରଫେସର ସନ୍ଦୀପ ପାଠକ, LPU ପ୍ରତିଷ୍ଠାତା ତଥା ଚାନ୍ସଲର ଅଶୋକ ମିତ୍ତଲ ଏବଂ ବିଶିଷ୍ଟ ଶିଳ୍ପବୀତ ସଞ୍ଜୀବ ଆରୋରାଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ପ୍ରକାଶ ପାଇଛି  ।

ପଞ୍ଜାବରେ ପ୍ରଥମ ଥର ପାଇଁ ସରକାର ଗଢିଛି ଆପ୍  । ନିର୍ବାଚନରେ ୯୨ ଆସନରେ ବାଜିବାତ ହେବା ସହ ସଂଖ୍ୟାଗରିଷ୍ଠ ଜଦଳ ଭାବେ ଉଭା ହୋଇଥିଲା ଆମ ଆଦମୀ ପାର୍ଟି  । ଏହି ସଂଖ୍ୟା ଅନୁଯାୟୀ ପଞ୍ଜାବରୁ ପାଞ୍ଚ ଜଣ ସଦସ୍ୟଙ୍କୁ ରାଜ୍ୟସଭା ପଠାଇବା ନିମନ୍ତେ ଦଳ ବିବେଚିତ ହୋଇଛି  । ଦଳର ହାଇକମାଣ୍ଡ ପାଞ୍ଚ ଜଣ ସଦସ୍ୟଙ୍କୁ ରାଜ୍ୟସଭାକୁ ଅନୁମୋଦନ କରିଛନ୍ତି  । ଏଥିରେ ରହିଛନ୍ତି ବିଶିଷ୍ଟ କ୍ରିକେଟର ହରଭଜନ ସିଂ, ସେହିପରି ରାଘବ ଚଢା ଦିଲ୍ଲୀ ରାଜିନ୍ଦର ନଗରରୁ ବିଧାୟକ ରହିଛନ୍ତି  । ରାଘବ ପଞ୍ଜାବ ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  । ପଞ୍ଜାବରେ ଆମ ଆଦମୀ ପାର୍ଟିର ପ୍ରଭାବୀ ସଫଳତା ପଛରେ ମଧ୍ୟ ରାଘବ ଚଢାଙ୍କ ରହିଥିଲା ବିପୁଳ ଅବଦାନ  ।

ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଢିଛି ଆମଆଦମୀ ପାର୍ଟି  । ପଞ୍ଜାବରେ କଂଗ୍ରେସକୁ ଶୋଚନୀୟ ପରାସ୍ତ କରି ବିପୁଳ ଜନ ସମର୍ଥନ ହାସଲ କରିବାରେ ସଫଳ ହୋଇଥିଲା ଆପ  । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ହାଇକମାଣ୍ଡ ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ଢାଞ୍ଚାକୁ ବିଶ୍ୱାସ କରିଥିଲେ ପଞ୍ଜାବ ବାସୀ  । ସେହିପରି ନିର୍ବାଚନର ଯଥେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଥିବା ଭଗୱନ୍ତ ମାନ୍ ଙ୍କ ଲୋକପ୍ରିୟତା ମଧ୍ୟ ପଞ୍ଜାବରେ ଗ୍ରହଣୀୟ ହୋଇଥିଲା  । ତେବେ ଆମ ଆଦମୀ ପାର୍ଟି ସରକାରକୁ ଆସୁ ଆସୁ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକ୍ଷମ କରୁଥିବା ଦେଖିବାକୁ ମିଳିଛି  । ପଞ୍ଜାବରେ ୨୫ ହଜାର ସରକାରୀ ନିଯୁକ୍ତି ସୃଷ୍ଟି ନେଇ ପ୍ରଥମ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍  ।

Latest Posts

Don't Miss