ମୁଖ୍ୟମନ୍ତ୍ରୀଙ୍କ ‘ଆପ୍ କି ବାତ୍’
1 min readଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଓ୍ବାଘେଲାଙ୍କ ‘ଆପ୍ କି ବାତ୍’ । ରେଡ଼ିଓରେ ଲୋକଙ୍କ କଥା କହୁଛନ୍ତି ଓ୍ବାଘେଲା । ଲୋକବାଣୀ ନାଁରେ ଗତ ଅଗଷ୍ଟ ମାସରୁ ଆରମ୍ଭ ହୋଇଛି ଏହି ରେଡିଓ ସୋ’ । କିନ୍ତୁ ପ୍ରଶ୍ନ ଉଠୁଛି ମୋଦିଙ୍କ ମନ କି ବାତ୍କୁ ଅନୁକରଣ କରିଛନ୍ତି କି ଓ୍ବାଘେଲା ? ଏହି କାର୍ଯ୍ୟକ୍ରମ ମନ କି ବାତ୍ର ନକଲ କି ?
ଉତ୍ତରରେ ଓ୍ବାଘଲା କହିଛନ୍ତି ନା । ଯଦିଓ ଏହା ବି ଏକ ଅଧ ଘଣ୍ଟିଆ ମାସିକ କାର୍ଯ୍ୟକ୍ରମ, କିନ୍ତୁ ମୁଖ୍ୟମନ୍ତ୍ରୀ ଏଠି ଲୋକଙ୍କ ସମସ୍ୟା, ପ୍ରଶ୍ନ ଓ ଅଭିଯୋଗର ଉତ୍ତର ରଖୁଛନ୍ତି ।
ମୋଦିଙ୍କ ମନ କି ବାତ୍ ମାସର ଶେଷ ରବିବାର ପ୍ରସାରିତ ହେଉଥିବା ବେଳେ ଓ୍ବାଘେଲାଙ୍କ ଆପ୍ କି ବାତ୍ ମାସର ଦ୍ବିତୀୟ ରବିବାରରେ ହେଉଛି । ଲୋକେ ପଚାରୁଛନ୍ତି ପ୍ରଶ୍ନ ଏବଂ ଉତ୍ତର ରଖୁଛନ୍ତି ଛତିଶଗଡ଼ ସିଏମ୍ ।
ଓ୍ବାଘଲା କହିଛନ୍ତି ମୋଦିଙ୍କ ମନ କି ବାତ୍ ପିଏମ୍ଙ୍କ ମନର କଥା, କିନ୍ତୁ ତାଙ୍କର ଆପ୍ କି ବାତ୍- ଲୋକଙ୍କ କଥା, ପ୍ରଶ୍ନ, ସମସ୍ୟା ଓ ଉତ୍ତର ଉପରେ ଆଧାରିତ । ଏହା ଏକ ଗଣତାନ୍ତ୍ରିକ ମଞ୍ଚ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଥମେ ମାସର ଆରମ୍ଭରେ ପ୍ରସଙ୍ଗ କଣ ହେବ ତାହା ସ୍ଥିର କରୁଛି । ରେଡିଓ ଓ ଟେଲିଭିଜନ ଜରିଆରେ ଆହ୍ବାନ କରାଯାଉଛି ପ୍ରଶ୍ନ । ଏହାପରେ ସେ ସବୁର ଉତ୍ତର ଦେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ।
ପ୍ରତ୍ୟେକ ଏପିସୋଡ଼ ପୂର୍ବରୁ ରାୟପୁର ଅଲ ଇଣ୍ଡିଆ ରେଡ଼ିଓ ଏକ ଫୋନ ନମ୍ବର ଯୋଗେ ତିନି ଦିନ ଧରି ଲୋକଙ୍କ ପ୍ରଶ୍ନ ରେକର୍ଡ କରୁଛି । ଏହାର ଉତ୍ତର ଦେଉଛନ୍ତି ଭୂପେଶ ଓ୍ବାଘେଲା ।
ତେବେ ନଜର ରହିବ ୮ମାସ ପୂର୍ବେ ‘ଲୋକପ୍ରିୟ’ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଥିବା କଂଗ୍ରେସ ସରକାରର ମୁଖିଆ ଓ୍ବାଘେଲା ଏହି କାର୍ଯ୍ୟକ୍ରମ ଜରିଆରେ କେତେ ଅଧିକ ଲୋକଙ୍କ ପାଖରେ ପହଁଚି ପାରୁଛନ୍ତି ।
')}